


ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱର ମହାନଗରର ନିଗମ ନୟାପଲ୍ଲୀ ଅଞ୍ଚଳରେ କଂଗ୍ରେସ ଦଳ ଆନୁକୂଲ୍ୟରେ ବିଶ୍ୱ ମହାମାରୀ କରୋନା ପରିସ୍ଥିତିର ମୁକାବିଲା ପାଇଁ ଓଡିଶା ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସମ୍ପାଦକ ଉଦୀୟମାନ ଯୁବ ନେତା ଅଭିଳାଷ ମାଣିଆ ମହୋଦୟ ଯୁବ ସମାଜସେବୀ ତଥା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସମ୍ପାଦକ ଦେବବ୍ରତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ସାହି ପରିଭ୍ରମଣ କରି ଲୋକମାନଙ୍କ ସୁଖଦୁଃଖ ବୁଝିବା ସହ ସେମାନଙ୍କୁ ସମ୍ମାନର ସହିତ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି । ନୟାପଲ୍ଲୀ ଅଞ୍ଚଳର ଅଗ୍ରଣୀ ଯୁବ ସଂଗଠନ ଶ୍ରୀ ବିନାୟକ ୟୁଥ ଆସୋସିଏସନର ସମସ୍ତ କର୍ମକର୍ତ୍ତା ଯୁବନେତା ଅଭିଳାଷ ମାଣିଆଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଘଡି ସନ୍ଧି ମୁହୂର୍ତ୍ତରେ ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇବା ପାଇଁ ନିଜ ପ୍ରୟାସ ଯୁବ ସମାଜସେବୀ ତଥା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସମ୍ପାଦକ ଦେବବ୍ରତ ମହାନ୍ତିଙ୍କ ନେତୃତ୍ୱରେ ଜାରି ରଖିଛନ୍ତି। ଲୋକମାନେ ଯେପରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ଅସୁବିଧାକୁ ଆଖି ଆଗରେ ରଖି ଅଭିଳାଷ ମାଣିଆଙ୍କ ନିର୍ଦ୍ଦେଶ ଓ ସହଯୋଗ କ୍ରମେ ଯୁବ ଗୋଷ୍ଠୀ ଲକଡାଉନ ସମୟରେ ଲୋକମାନଙ୍କ ସୁଖ ଦୁଃଖରେ ନିଜକୁ ସାମିଲ୍ କରିଛନ୍ତି, ଅଭିଳାଷ ମାଣିଆ ଏବଂ ତାଙ୍କ ସହଯୋଗୀ ମାନଙ୍କ ଏହି ପ୍ରୟାସକୁ ଅଞ୍ଚଳବାସୀ ସ୍ୱାଗତ କରିବା ସହ ସେମାନଙ୍କୁ ଆର୍ଶୀବାଦ ପ୍ରଦାନ କରିଛନ୍ତି । ଦିଲ୍ଲୀପ କୁମାର ନାୟକ, ଗଣେଶ ନାୟକ, ବାଦଲ କୁମାର ପରିଡା, ବିକାଶ ମାହାନ୍ତି, ରବି ମହାରଣାଙ୍କ ପ୍ରମୁଖ ଉପସ୍ଥିତ ରହି ଖାଦ୍ୟ ବଣ୍ଟନରେ ସହଯୋଗ କରିଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର
