ଢେଙ୍କାନାଳ (ସମୃଦ୍ଧ ଓଡିଶା) ୮ ଫେବୃୟାରୀ ଶୁକ୍ରବାର ଦିନ ଢେଙ୍କାନାଳର ଭଗବାନପୁର ସ୍ଥିତ କପିଳେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା କୋଠାବାଡି ନିର୍ମାଣ ତଥା ଢେଙ୍କାନାଳର ଅନ୍ୟାନ୍ୟ ଅସଂଗଠିତ ଶ୍ରମିକ ସଂଘ, ନଂ ୪ ଅନୁଗୁଳ ପରିଚାଳନା କମିଟିର ମେମ୍ବରମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା . ଏଥିରେ କାମଦେବ ସେଠି, କାଞ୍ଚନ ବଜାର ଢେଙ୍କାନାଳ ପ୍ରତି ଗ୍ରାମରେ ଜନମଙ୍ଗଳ କାର୍ଯ୍ୟ କରିବା ପାଇଁ ନେଇଥିବା ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଗୃହୀତ କରାଯାଇଥିଲା . ଏହି ବୈଠକରେ ସଂଘର ସଭାପତି ସୁଧାକର ବେହେରା ସଭାରେ ବକ୍ତବ୍ୟ ଦେଇଥିଲେ ଯେ, ସମସ୍ତ ମେମ୍ବର ମିଶି ଗୋଟିଏ ଜନମଙ୍ଗଳ କାର୍ଯ୍ୟରେ ସମସ୍ତେ କିପରି ସହଯୋଗ କରିବା ଏବଂ ପ୍ରତ୍ୟେକ ଗ୍ରାମକୁ ଯାଇ ପ୍ରତ୍ୟେକ ଗ୍ରାମର ଲୋକମାନଙ୍କୁ ଉତ୍ସାହ କରି ଗୋଟିଏ ଗୋଟିଏ କମିଟି ଗଠନ କରି ଲୋକମାନଙ୍କର ସୁବିଧା କରିବା ଏହି ଜନମଙ୍ଗଳ ସଂଗଠନର ମୁଖ୍ୟ କାମ ହେଲା ଗ୍ରାମରେ ଯେଉଁ ଲୋକମାନେ ଅସୁବିଧାରେ ଅଛନ୍ତି ସେମାନଙ୍କୁ ସାହାର୍ଯ୍ୟ କରିବା . ସଭାପତି ସୁଧାକର ବେହେରା, ସାଧାରଣ ସମ୍ପାଦକ ନିରଞ୍ଜନ ରାଉତ, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ନାୟକ, ଉପସଭାପତି ପୂର୍ଣ୍ଣଚନ୍ଦ୍ର ଦାସ, କୋଷାଧ୍ୟକ୍ଷ କରୁଣାକର ନାଏକ, ଆସିଷ୍ଟାଣ୍ଡ ସେକ୍ରେଟେରୀ ରୁଦ୍ର ସାହୁ, କୋଷାଧ୍ୟକ୍ଷ କାନୁନ କର ନାଏକ ଓ ସମାଜସେବୀ କାମଦେବ ସେଠି, ରୁଦ୍ର ନାରାୟଣ ସାହୁ, ରୁବିବ୍ରହ୍ମ, ସଂଯୁକ୍ତା ପରିଡା, ସବିତା ମାହାଳିକା, ସୁଦର୍ଶନ ବେହେରା ଯୋଗ ଦେହିଥିଲେ
ରିପୋର୍ଟ : ଶୁଭମ କୁମାର ପାଣି