ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନକୁ ସରକାର ବାତିଲ କରିବାନେଇ ତୀବ୍ର ଆନ୍ଦୋଳନ ଓ ଶୋଭାଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା)ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନକୁ ସରକାର ବାତିଲ କରିବା ବିରୁଦ୍ଧରେ ଆନ୍ଦୋଳନ ତୀବ୍ର ରୂପ ନେଇଛି । ଚଳିତ ବର୍ଷ ରାଜ୍ୟ ସରକାର ଛାତ୍ର ସଂସଦଗୁଡିକର ନିର୍ବାଚନକୁ ବନ୍ଦ କରିବା ନିଷ୍ପତ୍ତି ନେଇଛନ୍ତି ବୋଲି ଜିଲ୍ଲା ଛାତ୍ର କଂଗ୍ରେସ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଅସନ୍ତୋଷ ପ୍ରକାଶ କରି ଛାତ୍ରମାନେ ଜଣାଇ ଛନ୍ତି ଯେ ବଡ଼ ଦୁଃଖ ଓ ପରିହାସର ବିଷୟ ରାଜ୍ୟ ସରକାର କୌଣସି କାରଣ ନଥାଇ ଛାତ୍ରମାନଙ୍କର ଅଧିକାରକୁ ହରଣ କରିବାକୁ ଉଦ୍ୟମ କରିଛନ୍ତି । କୁହାଯାଇଛି ନିର୍ବାଚନ ପରିବର୍ତ୍ତେ ଛାତ୍ରନେତାଙ୍କୁ ସରକାର ବାଛିବେ । ଗଣତନ୍ତ୍ର ପଦ୍ଧତିରେ ନିର୍ବାଚନକୁ ବନ୍ଦ କରି ରାଜ୍ୟ ସରକାର ନିଜର ବୋଲକରା ଛାତ୍ରନେତା ସୃଷ୍ଟି କରିବାକୁ ଚାହାନ୍ତି । ଏହାଦ୍ୱାରା ସୃଷ୍ଟି ଯଦି ରାଜ୍ୟ ସରକାର କଲେଜ ଓ ବିଶ୍ୱ ବିଦ୍ୟାଳୟ ହେଉଥିବା ହିଂସାକୁ ନେଇ ଚିନ୍ତିତ ତେବେ ମଧ୍ୟ ଏହି କାରଣ ପାଇଁ ଶାସକ ବିଜୁ ଜନତା ଦଳ ହିଁ ଦାୟୀ । ନିର୍ବାଚନରେ ମନ୍ତ୍ରୀ ବିଧାୟକ ମାନଙ୍କର ପ୍ରତ୍ୟକ୍ଷ ପବେଶ ଓ ହିଂସାକୁ ପ୍ରାତ୍ସାହନ କେବଳ ବିଜୁ ଜନତା ଦଳ ଦ୍ୱାରା ହିଁ କରାଯାଉଛି । ଅତଏବ ସରକାର ହିଂସାର ବାହାନା ନେଇ ଛାତ୍ର ନିର୍ବାଚନକୁ ବନ୍ଦ କରିବା ସମ୍ପୂର୍ଣ୍ଣ ଭାବରେ ଅଗଣତାନ୍ତ୍ରିକ । ସାଧାରଣ ନିର୍ବାଚନମାନଙ୍କରେ ହେଉଥିବା ହିଂସା ପାଇଁ କଣ ସରକାର ନିର୍ବାଚନକୁ ବନ୍ଦ କରିବେ କି ? ତେଣୁ ପର୍ଯ୍ୟାପ୍ତ ସୁରକ୍ଷା ଓ ଆଇନ ଅନୁଯାୟୀ ନିର୍ବାଚନ ହେଲେ କୌଣସି ଅସୁବିଧା ନାହିଁ । ଶାସକ ଦଳର ହୀନ ଅବନୀତି ପାଇଁ ଆଜି ଛାତ୍ର ଅଧିକାର ବିପନ୍ନ ହେବାକୁ ଯାଉଛି । ଏଣୁ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ (NSUI) ପକ୍ଷରୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ତୁରନ୍ତ ବାତିଲ କରିବା ପାଇଁ ଏବଂ ନିଜେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇ ଚଳିତ ଛାତ୍ର ସଂସଦ ନିର୍ବାଚନ କରାଇବାରେ ସାହାର୍ଯ୍ୟ କରନ୍ତୁ ବୋଲି ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏଥିରେ ଆର. କାଶୀନାଥ, ତତସତ ସୁବୁଦ୍ଧି, ରୁଦ୍ର ପ୍ରସାଦ ଖଟୁଆ, ସିଦ୍ଧାନ୍ତ କୁମାର ସାହୁ, ନାଗେଶ୍ୱର ରାଓ, ଅନିଲ ପରିଡା, ରାଜୀବ ଖୁଣ୍ଟିଆ, ଜଗନ୍ନାଥ ପୋଲେଇ, ବିଜୟ ରାଜ ପାଣିଗ୍ରାହୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲ ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା