

ଛତ୍ରପୁର (ସମୃଦ୍ଧ ଓଡିଶା) ମିଳିଥିବା ସୂଚନା ଅନୁଯାୟୀ ଆସ୍କା ଓ କୋଦଳା ଅଂଚଳରେ ଅବକାରୀ ଚଢ଼ାଉ ସମୟରେ ତିନୋଟି ମାମଲା ରୁଜୁ ହେବା ସହିତ ୪୦ ଲିଟର ମଦ ଜବତ ହୋଇଛି । ଏହି ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଛି । କୋଦଳା ଅଞ୍ଚଳରେ ୪୫ ଲିଟର ଚୋରାମଦ ଜବତ ହେବା ସହିତ ୨ ଜଣଙ୍କୁ ଗିରଫ କରାଯାଇଛି । ବ୍ରହ୍ମପୁର, ଚିକିଟି ଓ ଦିଗପହଣ୍ଡି ଅଞ୍ଚଳରେ ବ୍ୟାପକ ଅବକାରୀ ଚଢ଼ାଉ କରାଯାଇ ୪୪ ଲିଟର ଚୋରା ରନ୍ଧାମାଦ, ୪୦୦ କିଲୋଗ୍ରାମ ପୋଚ, ୯.୮ ଲିଟର ବାହାର ଭାଟି ମଦ, ୧୫ଟି ଆଇ. ଏମ.ଏଫ.ଏଲ ଜବତ କରାଯାଇଥିଲା । ଏମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି । କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ଲୋକାପଡ଼ା, କଂଟିଗଡ ଠାରେ ବ୍ୟାପକ ଅବକାରୀ ଚଢ଼ାଉ ହୋଇ ୫୮୦୦ ଲିଟର ପୋଚ, ୧୨୦ ଲିଟର ଚୋରା ରନ୍ଧାମଦ ଜବତ କରାଯାଇ ନଷ୍ଟ କରାଯାଇଥିଲା । ଏଥିରେ ଅବକାରୀ ବିଭାଗ, ରାଜସ୍ୱ ବିଭାଗ ଓ ପୋଲିସ ବିଭାଗର ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା








