ଜିଲ୍ଲା ଥଇଥାନ କେନ୍ଦ୍ର ପକ୍ଷରୁ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ବ୍ରହ୍ମପୁରର ରେଭେନ୍ୟୁ ଆଇବି ନଫରେନସ ହଲରେ ଆତ୍ମହତ୍ୟା ଓ ଡ୍ରଗ୍ସ ଉପରେ ଆଧାରିତ ଏକ କାର୍ଯ୍ୟକ୍ରମ ଜିଲ୍ଲା ଥଇଥାନ କେନ୍ଦ୍ର ପକ୍ଷରୁ ଆୟୋଜିତ ହୋଇଥିଲା । ସେଥିରେ ସମାଜରେ ଆତ୍ମହତ୍ୟା ଓ ଡ୍ରଗ୍ସର କ୍ଷତିକାରକ ଉପରେ ଅ।ଲୋଚନା କରାଯାଇଥିଲା । ଏଥିରେ ବ୍ରହ୍ମପୁର ସବକଲେକ୍ଟର, ଗଂଜାମ ଡିଡିଆରସି ନୋଡାଲ ଅଫିସର ଡ. କମଳାକାନ୍ତ ପାଣିଗ୍ରାହୀ, ଏମକେସିଜି ଏମସିହେଚ ସାଇକୋଲୋଜିଷ୍ଟ ଡ. ଵିଭୂକଲ୍ୟାଣ ସାହୁ, ଛତ୍ରପୁର କେ. ଆନନ୍ଦ ରାଓ, ଗଂଜାମ ଡ଼ିଏସଏସଓ ବଳରାମ ସେଠି, ବ୍ରହ୍ମପୁର ଏସଏସଏସଓ ପ୍ରସନ୍ନ ମଲ୍ଲିକ ସମେତ ବ୍ରହ୍ମପୁରର ମନୋ ବିକାଶ ଓ ଦିଗନ୍ତ, ଛତ୍ରପୁରର ସମର୍ଥ, କୋଦଳାର ସାଇମା, ବଙ୍କିଲିକାନାର ଏମଆର ସ୍କୁଲ ଆଦି ଅନୁଷ୍ଠାନ ମାନଙ୍କରେ ପଢୁ ଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକର୍ମକୁ ଗଞ୍ଜାମର ଡିଡିଆରଏସ ତଥା ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର, ସାଇକୋଲୋଜିଷ୍ଟ ଅଜିତ କୁମାର ରାଉଳ, ମୁରଲୀଧର ବେହେରା, ପିଓଟି ଲୋକନାଥ ନାୟକ, ଏକାଉଣ୍ଟେନ୍ଟ ହୃଷିକେଶ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା