

ରାୟଗଡ଼ା (ସମୃଦ୍ଧ ଓଡିଶା) ଗତ ୧୯ ତାରିଖରେ ହୋଇଥିବା ରାୟଗଡା ଜିଲା ପରିଷଦ ଉପନିର୍ବାଚନରେ ଶାସକ ବିଜେଡି କଂଗ୍ରେସ ସଭ୍ୟଙ୍କୁ ଧମକ ଚମକ ଓ ନିର୍ବାଚନରେ ଘୋଡା ବେପାର କରିଥିବା ଅଭିଯୋଗ କରି ଆଜି ଜିଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡା ରାୟଗଡ଼ା ଥାନାରେ ଏ ନେଇ ଏକ ଏତଲା ଦେଇଛନ୍ତି । କଂଗ୍ରେସ ସଭ୍ୟ ସଂଖ୍ୟା ଅଧିକ ରହିଥିବାବେଳେ ବିଜେଡ଼ିପ୍ରାର୍ଥିଙ୍କୁ ବିଜୟୀ କରିବା ସକାଶେ ଶାସକ ଦଳ କଂଗ୍ରେସ ସଦସ୍ୟଙ୍କୁ ଧମକ ଦେଇ ନିଜ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ବାଧ୍ୟ କରିଥିଲେ ବୋଲି ଶ୍ରୀ ପଣ୍ଡା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ତେଣୁ ବିଜେଡ଼ିନେତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦଳ ପକ୍ଷରୁ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନଙ୍କୁ ଦାବି କରିଛନ୍ତି । ଉକ୍ତ ଅଭିଯୋଗ ପ୍ରଦାନ ବେଳେ ଦଳର ବିଧାୟକ ପ୍ରାର୍ଥୀ ଅପଲସ୍ୱାମୀ କଡ୍ରକା, ବରିଷ୍ଠ ନେତା ବାପି ପଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ରେପୋର୍ଟ : ତୁଷାର ରଞ୍ଜନ ସାହୁ