

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଜିଲ୍ଲା ପୋଲିସ ଓ ଡ଼ିଆଇଜି କାର୍ଯ୍ୟାଳୟ ପକ୍ଷରୁ ଡ଼ିଆଇଜି ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ଵାନ କ୍ରମେ ଆଜି ସବୁ କାର୍ଯ୍ୟଳୟରେ ଶପଥ ପାଠ କରାଯାଇଥିଲା l ସେହିପରି ଡିଆଇଜି ଅଫିସ ସମ୍ମୁଖରେ ଡ଼ିଆଇଜି ସତ୍ୟବ୍ରତ ଭୋଇ ଓ ବ୍ରହ୍ମପୁର ଏସପି ପିନାକ ମିଶ୍ର କାର୍ଯ୍ୟକ୍ରମରେ ଯୋଗଦେଇ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ନିରବ ପ୍ରାର୍ଥନା ଓ ଶପଥ ପାଠ କରାଇଥିଲେ l କୋଭିଡ ଯୋଦ୍ଧାଙ୍କୁ ସହଯୋଗ କରିବା ସହ ସମ୍ମାନ ଦେବା ନିଜେ ଏହି ଲଢେଇରେ ସାମିଲ ହେବା, କୋଭିଡ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଉତ୍ସଗୀକୃତ ସେବାକୁ ଉତ୍ସାହିତ କରିବା, ନିଜେ କୋଭିଡ ନିୟମକୁ ମାନିବା ଏଭଳି ଅନେକ ସଂକଳ୍ପକୁ ନେଇ ଶପଥପାଠ କରିଥିଲେ ଶତାଧିକ ପୋଲିସ କର୍ମଚାରୀ l ବ୍ରହ୍ମପୁର ପୋଲିସ ଜିଲ୍ଲାରେ ମୃତ ଟ୍ରାଫିକ ଥାନା ଏଏସଆଇ କୃଷ୍ଣଚନ୍ଦ୍ର ମଣ୍ଡଳ, ଦିଗପହଣ୍ଡି ଥାନା ଗୃହରକ୍ଷୀ ନରସିଂହ ଦାସଙ୍କ ସ୍ମୃତିଚାରଣ କରିଥିଲେ l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

