ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲା ବିଜୁ ପଟ୍ଟନାୟକ ବରିଷ୍ଠ ନାଗରିକ ଫୋରମର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଉକିଳ ଆଶ୍ରମ ସଭାଗୃହରେ ଶନିବାର ସଂଗଠନର ସଭାପତି ରାସ ବିହାରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ସମସ୍ୟା, ତାର ନିରାକରଣ, ସଂଘ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବ୍ୟାପକ ବିଚାର ବିମର୍ଶ କରାଯାଇଥିଲା । ପୂର୍ବ ନିଷ୍ପତ୍ତି ଅନୁଯାୟୀ ଚଳିତ ଡିସେମ୍ବର ମାସରେ ୩୦ ବରିଷ୍ଠ ନାଗରିକମାନଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ ଉପଢ଼ୌକନ, ପୁଷ୍ପଗୁଚ୍ଛ ଓ ଅଭିନନ୍ଦନ ପତ୍ର ବଣ୍ଟନ କରାଯାଇଥଲା । ଏଥିରେ ମୁଖ୍ୟ ଅତିଥି ଭାବେ ଏସଏମଆଇଟି ସଭାପତି ଡ଼. ଭଗବାନ ଗନ୍ତାୟତି ଯୋଗ ଦେଇଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ପ୍ରାକ୍ତନ କୁଳପତି ଜୟନ୍ତ ମହାପାତ୍ର, ବରିଷ୍ଠ ସାମ୍ବାଦିକ ରବି ରଥ ପ୍ରମୁଖ ମଞ୍ଚାସୀନ ଥିଲେ । ସଭାପତି ଶ୍ରୀ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସଂଘର ନୂତନ ବର୍ଷର ବନ୍ଧୁମିଳନ ମହୁରୀ କାଳୁଆ ଠାରେ ଜାନୁଆରୀ ୬ ତାରିଖରେ ଆୟୋଜନ ନେଇ ନିଷ୍ପତ୍ତି ହୋଇଥିଲା । ଏଥିରେ ଉପସଭାପତି ପ୍ରଭାକର ସାହୁ, ସାଧାରଣ ସମ୍ପାଦକ ସୀମାଞ୍ଚଳ ପସାଦ ବିଷୋୟୀ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାରଣା, ଫୋରମର ସଭ୍ୟ ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ଅଶୋକ କମାର ସାହୁ , ମନମୋହନ ପରିଚ୍ଛା, ଭୀଷ୍ମ।ଚାର୍ଯ୍ୟ ଚୌଧୁରୀ, ସୌମିକ ସାହୁ, ନିରଞ୍ଜନ ମହାନ୍ତି, ବିଜୟ କୁମାର ପଟ୍ଟନାୟକ, ରବି ମହାରଣା, ପ୍ରଶାନ୍ତ ମହାପାତ୍ର, ନରସିଂହ ପାଣିଗ୍ରାହୀ, ଡ଼ମ୍ବୁରୁଧର ସାହୁ, ନରସିଂହ ସାହୁ, ଜୟନ୍ତୀଲାଲ ଚୌହାନ, ପ୍ରତାପ ମହାରଣା, କପିଳ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା, ରବି ରଥ