ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବି ନେଇ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର…

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ସର୍ବଶିକ୍ଷା ଅଭିଯାନର କର୍ମଚାରୀ ସଂଘ ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବି ନେଇ ଦୁଇଦିନିଆ କଳାବ୍ୟାଜ ପିନ୍ଧି ଗତକାଲି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆସନ୍ତା ୪ ତାରିଖଠାରୁ ଭୁବନେଶ୍ୱରରେ ଅନୁଷ୍ଠିତ ଗଣଧାରଣାରେ ଯୋଗଦାନ କରିବା ନିମନ୍ତେ ସ୍ଥିର ହୋଇଛି । ଦୀର୍ଘଦିନ ଧରି ବିଭିନ୍ନ ବୈଠକରେ ଶିକ୍ଷାମନ୍ତ୍ରୀ, ସଚିବ ଏବଂ ଓପେପା ନିର୍ଦ୍ଦେଶକଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଏହାର କୌଣସି ପଦକ୍ଷେପ ନିଆଯାଇନାହିଁ । କେବଳ ପ୍ରତିଶ୍ରୁତିରେ ହିଁ ରହିଯାଇଛି । ସର୍ବଶିକ୍ଷା ଅଭିଯାନରେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟ କରି ଆସୁଛନ୍ତି ବିଭିନ୍ନ ବର୍ଗର କର୍ମଚାରୀମାନେ । ଶିକ୍ଷାର ଉନ୍ନତି ପାଇଁ କର୍ମଚାରୀମାନେ ନିଯୁକ୍ତି ପାଇଥିଲେ ମଧ୍ୟ ସରକାରଙ୍କ ତରଫରୁ ଉପଯୁକ୍ତ ନ୍ୟାୟ ପାଇ ପାରିନାହାନ୍ତି । ଶିକ୍ଷା ସହାୟକ ନିଯୁକ୍ତି, କୋଠଘର ନିର୍ମାଣ, ଶିକ୍ଷା ସହାୟକଙ୍କଠାରୁ କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଶିକ୍ଷକର କାର୍ଯ୍ୟ କରି ଆସୁଥିଲେ ମଧ୍ୟ ଏହି କର୍ମଚାରୀଙ୍କ ପ୍ରତି ଅଣଦେଖା କରାଯାଉଛି । ଏଣୁ ଗତକାଲି ଗଂଜାମ ଜିଲ୍ଲା ସଂଘ ପକ୍ଷରୁ ଗଂଜାମ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଛତ୍ରପୁର ଉପଜିଲ୍ଲାପାଳ ତଥା ସର୍ବଶିକ୍ଷା ଅଭିଯାନ ନୋଡାଲ ଅଫିସର, ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଏ ସମ୍ବଦ୍ଧରେ ପୃଥକ ପୃଥକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା