

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲା ସହରାଞ୍ଚଳ ଉନ୍ନୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଛି । ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯେଉଁ ସବୁ ଦୋକାନୀମାନେ ପ୍ଲାଷ୍ଟିକ୍ ସାମଗ୍ରୀ ବିକ୍ରି କରିବେ ସେମାନଙ୍କୁ ଲାଇସେନ୍ସ କରିବାକୁ ପଡି଼ବ, ବିନା ଲାଇସେନ୍ସରେ ସ୍ୱାସ୍ଥ୍ୟପ୍ରତି କ୍ଷତିକାରକ ପ୍ଲାଷ୍ଟିକ ସାମଗ୍ରୀ ଏଣିକି ବିକ୍ରୟ କରିପାରିବେ ନାହିଁ । ପଲିଥିନ୍, ପାଣି ପାଉଚ୍ ମହଜୁଦକାରୀଙ୍କ ଉପରେ ଜୋରିମାନା ସଂଗ୍ରହ କରାଯିବ । ପାଣି ପାଉଚ୍ ପ୍ରସ୍ତୁତ କରୁଥିବା ଫ୍ୟାକ୍ଟି ସିଲ୍ କରାଯିବ ଏବଂ ପରିବହନ କରୁଥିବା ଗାଡି ଜବତ କରାଯିବ । ନିର୍ବାହୀ ଅଧିକାରୀମାନେ ଗୁପ୍ତରରେ କର୍ମଚାରୀ ଲଗାଇ ପଲିଥିନ୍ କାରବାର କରୁଥିବା ଦୋକାନୀମାନଙ୍କ ଖବର ଗ୍ରହଣ କରିବେ ଏବଂ ହଠାତ୍ ସେଠାରେ ପହଞ୍ଚି ତାହା ଜବତ ଓ ଜୋରିମାନା ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପ୍ଲାଷ୍ଟି କୋଟେଡ୍ ପାତ୍ରରେ ଖାଦ୍ୟ ନଖାଇବା ପାଇଁ ସଚେତନତା ସୃଷ୍ଟି କରିବାକୁ ମଧ୍ୟ କହିଛନ୍ତି । ପୈାରସଂସ୍ଥାର ନିର୍ବାହୀ ଅଧିକାରୀମାନେ ପ୍ଲାଷ୍ଟିକ କୁପ୍ରଭାବ ଉପରେ ୱାର୍ଡ ସ୍ତରରେ ସଭା କରିବେ । ପ୍ରତ୍ୟେକ ଦୋକାନୀ ଦୁଇଟି ଅଳିଆ ସଂଗ୍ରହ ଥଳି ରଖିବେ । ଗୋଟିକରେ ବର୍ଜ୍ୟ ଏବଂ ଅନ୍ୟଟିରେ କଠିନ ଅଳିଆ ରଖିବେ । ପ୍ରତ୍ୟେକ ପୈାରସଂସ୍ଥା ଘରଘରକୁ ବୁଲି ଅଳିଆ ସଂଗ୍ରହ ଗାଡି ନିୟୋଜିତ କରିବେ । ପୈାରସଂସ୍ଥା ସ୍ୱତନ୍ତ୍ର ଉର୍ମି କଂପୋଷ୍ଟ ବ୍ୟବସ୍ଥା ରହିବ । ଜାଗା ଚିହ୍ନଟ ଏବଂ ତହସିଲଦାରଙ୍କ ଅନୁମୋଦନ ସହ ଜିଲ୍ଲା କାର୍ଯ୍ୟାଳୟକୁ ପଠାଇବେ । ଗୋପାଳପୁର ସମୁଦ୍ର କୂଳ ବ୍ୟବସାୟୀ ମାନଙ୍କ ସହିତ ସ୍ୱଚ୍ଛତା ଉପରେ ବୈଠକ କରିବା ପାଇଁ ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୈାରସଂସ୍ଥା କରୁଥିବା କୋଠଘର ବାତ୍ୟା ଆଶ୍ରୟସ୍ଥଳ ରୂପେ ବ୍ୟବହାର ହେବା ପରି ଢାଞ୍ଚାରେ କରିବେ । ପୈାରସଂସ୍ଥା ଗୁଡିକରେ ହେଉଥିବା ଉନ୍ନୟନ କାର୍ଯ୍ୟ କେବେ ଶେଷହେବ ତାର ନିର୍ଦ୍ଦିଷ୍ଟ ତାରିଖ ଲିଖିତ ଆକାରେ ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର ଜୁମାର ସାହୁ, ଗ୍ରାମ୍ୟ ଉନ୍ନୟନସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦେବବ୍ରତ ସାହୁ, ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସବ୍ୟସାଚୀ ହୋତା, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଭଂଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ପୈାର ସଂସ୍ଥାର ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





