![ଜିଲ୍ଲା ସ୍ତରୀୟ କୃଷି ମେଳାରେ ପାରଳା ବିଧାୟକ](https://i0.wp.com/www.samrudhaodisha.com/wp-content/uploads/2024/12/WhatsApp-Image-2024-12-05-at-08.10.45.jpeg?fit=1024%2C576&ssl=1)
![](https://i0.wp.com/www.samrudhaodisha.com/wp-content/uploads/2024/12/WhatsApp-Image-2024-12-05-at-08.10.45.jpeg?resize=640%2C360&ssl=1)
ପାରଳାଖେମୁଣ୍ଡି-(ସମୃଦ୍ଧଓଡିଶା)-ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅବସରରେ ଆଜି ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ କୃଷି ମେଳା ର ପ୍ରାତେକ ଷ୍ଟଲ ବୁଲିଦେଖିଥିଲେ,ଆଜିର ଏହି କୃଷି ମେଳାରେ ଜିଲ୍ଲାର ଚାଷୀ ଭାଇ ଓ ଭଉଣୀ ମାନଙ୍କ ର ସବୁ ବର୍ଗର ଚାଷୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠକୁ ରିହାତି ମୂଲ୍ୟରେ ବିଭିନ୍ନ ଯନ୍ତ୍ରପାତି ଯୋଗାଇ ଦେବର ବ୍ୟବସ୍ଥା କରାଯାଉଛି ବୋଲି ବିଧାୟକ ଜଣାଇଥିଲେ. କୃଷକମାନେ ଚାଷ ପ୍ରଣାଳୀର ମାନଦଣ୍ଡ ବୃଦ୍ଧି କରି କିଭଳି ଭଲ ଫସଲ ଅମଳ କରିପାରିବେ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଅଟେ । ସରକାରଙ୍କ ଦ୍ୱାରା ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶିତ କରାଯିବ I ଏହି ମେଳା ତା.୩ ରିଖ ଠାରୁ ତା.ରି୭ ଡିସେମ୍ବର ୨୦୨୪ରିଖ ପର୍ଯ୍ୟନ୍ତ ଚାଲୁ ରହିବ I ସମସ୍ତ ଅତିଥି ମାନେ ଗଜପତି ଜିଲ୍ଲାର ଚାଷୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଜିଲ୍ଲାର ସମସ୍ତ ଚାଷୀଙ୍କ ଉତ୍ପାଦକ କ୍ଷେତ୍ରରେ କମ୍ ସମୟରେ କେମିତି ଅଧିକ ରୁ ଅଧିକ ଫସଲ ଉତ୍ପାଦନ କରିପାରିବେ ଓ ରାଜ୍ୟ ସରକାର ଚାଷୀଙ୍କ ଉନ୍ନତିର ବିକାଶ ନିମନ୍ତେ କୃଷି ଯାନ୍ତ୍ରିକ ସୁବିଧା ଯୋଗାଇ ଦେବା ସହିତ ଆଜିର ଜିଲ୍ଲା କୃଷି ଯାନ୍ତ୍ରିକ ମେଳା ଆୟୋଜିତ କରାଯାଇଛି ବୋଲି ସମସ୍ତ ଚାଷୀଙ୍କୁ କହିଥିଲେ I ଚାଷୀ ମାନଙ୍କର ଆୟକୁ ଦୁଇ ଗୁଣିତ କରିବା ନିମନ୍ତେ ବୈଷୟିକ ଜ୍ଞାନ ଓ ଜୈବିକ ସାର ବ୍ୟବହାର କରିବା ସାଙ୍ଗକୁ ଆଧୁନିକ କୃଷି ଯନ୍ତ୍ରପାତି ର ବ୍ୟବହାର ସମ୍ଫର୍କ ରେ ଆଲୋଚନା କରଯାଇଥିଲା। ମିଶ୍ରିତ ଫସଲର ଚାଷ, ଅର୍ଥକାରୀ ଫସଲ ପାଇଁ ଉନ୍ନତ ଯନ୍ତ୍ରପାତି ର ସଠିକ୍ ଉପଯୋଗ ଓ ପରିଚଳନା ,ଉନ୍ନତ ମାନର ଯାନ୍ତ୍ରିକ କରଣ ସୁବିଧା ଓ ସୁଯୋଗ ନେବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ I
ରିପୋର୍ଟ : କୃଷ୍ଣ କୁମାର ବେହେରା