ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ସାନଖେମୁଣ୍ଡି ଗ୍ରସ୍ତ : ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋଚନା…

ଆସିକା (ସମୃଦ୍ଧ ଓଡିଶା) ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ସାନଖେମୁଣ୍ଡି ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟ ସମ୍ପକରେ ଆଲୋଚନା କରିଛନ୍ତି । ସୂଚନା ଯେ କରୋନା ଭୁତାଣୁ ସଂକ୍ରମଣରେ ଆକ୍ରନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ତେଣୁ ସଂକ୍ରମିତଙ୍କୁ ଆବଶ୍ୟକୀୟ ଚିକିତ୍ସା ନିମିତ୍ତ ଦରକାର ପଡୁଥିବା ଶଯ୍ୟା ସଂଖ୍ୟା ଓ ଚିକିତ୍ସା ସମ୍ୱନ୍ଧୀୟ ଭିତ୍ତିଭୂମିର ଅଭାବକୁ ନଜରରେ ରଖି ସାନଖେମୁଣ୍ଡି ବ୍ଲକ ଅଧିନ ଛଣମେରୀ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଣ୍ଟର ବ୍ୟବସ୍ତା ସହ କରୋନା ସଂକ୍ରମିତଙ୍କୁ ଚିକିତ୍ସାର ସୁବନ୍ଦୋବସ୍ତ କରାଯାଇଛି । ଏହି କେୟାର ସେଣ୍ଟର ଆସନ୍ତା ୧୫ ତାରିଖରୁ କାର୍ଯ୍ୟକ୍ଷମ ହେଉଥିବା ବେଳେ ଆଜି ଗଂଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ମିଳିତ ଭାବେ ସାନଖେମୁଣ୍ଡି ଗସ୍ତ କରି ଛଣମେରୀ ସ୍ଥିତ ଆଦର୍ଶ ବିଦ୍ୟାଳୟରେ ହେବାକୁ ଥିବା କୋଭିଡ଼ କେୟାର ସେଣ୍ଟରର କାର୍ଯ୍ୟ ଅଗ୍ରଗତିର ଅନୁଧ୍ୟାନ କରିବା ସହିତ ଆବଶ୍ୟକୀୟ ଭିତ୍ତିଭୂମିର ବିକଳ୍ପକୁ ନେଇ ସମୀକ୍ଷା କରିଛନ୍ତି । ସ୍ଥାନୀୟ ବିଡ଼ିଓ କେୟାର ସେଣ୍ଟର ପ୍ରଶାସକ ଥିବା ଦୃଷ୍ଟିରୁ ଆନୁସଙ୍ଗିକ ବ୍ୟବସ୍ତା ନେଇ ଆଲୋଚନା କରିଛନ୍ତି । ଅଦପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡା ବାହନ ଦାସଙ୍କ ସହ ଆଲୋଚନା କରି ପ୍ରକ୍ରିୟାର ବ୍ୟବସ୍ତିକରଣ ନେଇ ସମୀକ୍ଷା କରି କୋଭିଡ଼ କେୟାର ସେଣ୍ଟର ପାଇଁ ବିଦ୍ୟୁତ ସେବା, ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ତା, ଉପଯୁକ୍ତ ପୃଷ୍ଟିକର ଖାଦ୍ୟ ପ୍ରସ୍ତୁତି ଓ ଯୋଗାଣ ସହିତ ସ୍ୱାସ୍ଥ୍ୟକର ପରିବେଶରେ ଉତ୍ତମ ଚିକିତ୍ସା ପ୍ରଦାନକୁ ଗୁରୁତ୍ୱାରୋପ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା