ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳ ରୂପେ ଦାୟିତ୍ୱ ଗ୍ରହଣ କରିବା ପରେ କେ ସୂଦର୍ଶନ ଚକ୍ରବର୍ତ୍ତୀ ଆଜି ପ୍ରଥମଥର ପାଇଁ ଜଳେଶ୍ୱର ବ୍ଲକ ପରିସରରେ ଏସ୍ପି ବି ଯୁଗଳକିଶୋର ଓ ଅନ୍ୟ ବରିଷ୍ଠ ଜିଲା ଅଧିକାରୀମାନଙ୍କ ସହିତ ମିଳିତ ଜନ ଶୁଣାଣୀ କରିଥିଲେ । ଦୀର୍ଘ ୩ ଘଣ୍ଟା ଧରି ଏହି ଜନଶୁଣାଣିରେ ସର୍ବମୋଟ ୧୭୮ଟି ଅଭିଯୋଗ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଶୁଣାଣିରେ ବିଭିନ୍ନ ଅଭିଯୋଗ ମଧ୍ୟରୁ ଜଳେଶ୍ୱରରେ ନୂତନ ଟାଉନହଲ ପ୍ରତିଷ୍ଠା, ବେଆଇନ ଭାବେ ବାର୍ଦ୍ଧକ୍ୟ ଭତ୍ତା ଗ୍ରହଣ କରିବା, ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇସାଇକେଲ ଯୋଗାଇ ଦେବା, ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରେ ହେଉଥିବା ଦୁର୍ନିତୀ, ପୌରାଞ୍ଚଳରେ ଜଳନିଷ୍କାସନ ବ୍ୟବସ୍ଥା କରିବା ପ୍ରଭୃତି ବିଷୟରେ ଜନସାଧାରଣମାନେ ଜିଲାପାଳଙ୍କୁ ଅଭିଯୋଗ କରିବା ପରେ ସେ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜିର ଶୁଣାଣିରେ ସିଡିଏମ୍ଓ ଡା. କମଳାକାନ୍ତ ନାୟକ, ଉପଜିଲ୍ଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଅଜୟ ସେଠୀ, ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଢଙ୍ଗୀ, ଆର୍ଡବ୍ଲୁଏସ୍ଏସ୍ ନିର୍ବାହୀ ଯନ୍ତ୍ରୀ ଇଂ ସୁରେଶ ଚନ୍ଦ୍ର ରାଉତ, ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ ସୁରେନ୍ଦ୍ର ପ୍ରସାଦ ଶଂଖୁଆ, ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଗୋବିନ୍ଦ୍ର ଚନ୍ଦ୍ର ଲେଙ୍କା, ଜିଲା ଯୋଗାଣ ଅଧିକାରୀ ରବିନାରାୟଣ ପୃଷ୍ଟି, କୃଷି ବିଭାଗ ଉପନିର୍ଦ୍ଦେଶକ କୌଳାଶ ଚନ୍ଦ୍ର ପରିଡା, ଅବକାରୀ ବିଭାଗ ଏସ୍ପି ରାଜେନ୍ଦ୍ର ବାତ୍ରା, ଜଳେଶ୍ୱର ଏସ୍ଡିପିଓ ସୁଦର୍ଶନ ଦାଶ, ଜିଲା ମଂଗଳ ଅଧିକାରୀ ରାଜୀବ କୁମାର ସାହୁ, ତହସିଲଦାର ଅଭିମନ୍ୟୁ ପଣ୍ଡା, ଜିଲା ପଂଚାୟତ ଅଧିକାରୀ ଏନ୍ସି ମହାନ୍ତି, ସହକାରୀ ନିର୍ବିାହୀଯନ୍ତ୍ରୀ (ଗ୍ରାମ୍ୟ ଉନ୍ନୟନ) ଇଂ ଲମ୍ବୋଦର କର, ଜିଲା ଶ୍ରମ ଅଧିକାରୀ କୁବେର ବେହେରା, ଉଠା ଜଳସେଚନ ନିଗମର ନିର୍ବାହୀ ଯନ୍ତ୍ରୀ ଇଂ ଜଗବଂଧୁ ବେହେରା, ଜଳସେଚନ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରିୟବ୍ରତ ସିଂ, ଫରେଷ୍ଟର ରତିକାନ୍ତ ପାଢୀ, ଜିଲା ଜରୁରୀ କାଳିନ ଅଧିକାରୀ ଅଭୟ କୁମାର ନାୟକ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ସାବତ, ଜଳେଶ୍ୱର ଆଇଆଇସି ପ୍ରଦୀପ କୁମାର ମାଝୀ, ଜିଲା ମତ୍ସ୍ୟ ଅଧିକାରୀ ରବିନାରାୟଣ ପଟ୍ଟନାୟକ, ଆର୍ଡବ୍ଲୁଏସ୍ଏସ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଅରୁଣ କୁମାର ବାରିକ, ଜିଲା କର୍ମନିୟୋଜନ ଅଧିକାରୀ ନିମାଇଁ ଚରଣ ମହାନ୍ତି, ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ନାଥ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା