

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଂଶ ଗ୍ରହଣ କରି ଅଭିଯୋଗ ଶୁଣାଣି କରିଥିଲେ । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ବ୍ରହ୍ମପୁର ଏସପି ପିନାକ ମିଶ୍ର, ଉପଜିଲ୍ଲାପାଳ ଶିଦେ ଦତ୍ତାତ୍ରୟ ଭାଉସାହେବ ଉପଖଣ୍ଡ ଅଭିଯୋଗ ଶୁଶାଣିର ବଢ଼ାଲ ଅଫିସର ବିନୋଦ କୁମାର ବେହେରା, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ସମେତ ବ୍ରହ୍ମପୁର ଉପଖଣ୍ଡର ସମସ୍ତ ତହସିଲଦାର ବିଡ଼ିଓ ବିଭିନ୍ନ ବିଭାଗର ପଦାଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ମୋଟ ୭୧ଟି ଅଭିଯୋଗ ଶୁଣାଣି ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୬ଟି, ବିଭିନ୍ନ ଗ୍ରାମ ଭିତ୍ତିକ ସମସ୍ୟା ଅଭିଯୋଗ ୨ଟି ଏବଂ ୫୮ଟି ଅଭିଯୋଗର ଶୁଣାଣି କରିଥିଲେ ଜିଲ୍ଲାପାଳ । ଏହାପରେ ଜିଲ୍ଲାପାଳ ୫ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ୫୭୦୦/- ଟଙ୍କା ପ୍ରଦାନ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

