


ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାପାଳ ଅନୁପମ ଶାହା “ତିତିଲି” ପ୍ରଭାବିତ ତଥା ସର୍ବାଧିକ କ୍ଷତିଗ୍ରସ୍ତ ଓ ଜୀବନ ହାନି ହୋଇଥିବା ଗଜପତି ଜିଲ୍ଲା ରାୟଗଡ ବ୍ଲକ୍ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳ ପରିଦର୍ଶନ କରିଛନ୍ତି । ପରିଦର୍ଶନ ବେଳେ ସମସ୍ତ ପ୍ରଭାବିତ ଅଞ୍ଚଳରେ କ୍ଷତି ଗ୍ରସ୍ତ ଅଞ୍ଚଳବାସିଙ୍କୁ ଦିଆଯାଇଥିବା ରିଲିଫ ସାହାୟତା ଓ ପୁନଃ ଥଇଥାନ ବ୍ୟବସ୍ଥାର ଅଗ୍ରଗତି କାର୍ଯ୍ୟ କିଭଳି ଚାଲିଛି, ଅଞ୍ଚଳବାସୀ ତିତିଲି ପରେ କିଭଳି ରହିଛନ୍ତି, ଆଉ କ’ଣ ସମସ୍ୟା ରହିଛି, ଥଇଥାନ କରାଯାଇଥିବା ଅଞ୍ଚଳରେ ଗୃହ ନିର୍ମାଣ କାର୍ଯ୍ୟ କିଭଳି ଚାଲିଛି ସମସ୍ତ ବିଷୟ ଅଞ୍ଚଳବାସୀଙ୍କୁ ପଚାରି ବୁଝିଥିଲେ । ଜିଲ୍ଲାପାଳ ଅନୁପମ ଶାହା ଗଙ୍ଗାବାଡ ପଞ୍ଚାୟତର ଗଙ୍ଗାବାଡ, ବାରଘରିୟା, ଖଣ୍ଡିମରା, ଚମ୍ପାପୁର ନିଉ କଲେନି ପ୍ରଭୃତି ଗ୍ରାମ ପରିଦର୍ଶନ କରିଥିଲେ । ପରିଦର୍ଶନ ବେଳେ କ୍ଷତି ଗ୍ରସ୍ତ ଅଞ୍ଚଳବାସୀ ମଧ୍ୟ ସେମାନଙ୍କର ଗୃହ ନିର୍ମାଣ ବିଳମ୍ବ ହେଉଥିବାର ମୁଖ୍ୟ ସମସ୍ୟା ଉପରେ କହିଥିଲେ । ଏଥିପାଇଁ ବାଲି ଠିକ୍ ରେ ମିଳୁନାହିଁ ଯେହେତୁ ଆନ୍ଧ୍ର ଦେଇ ଆସୁଛି ବୋଲି ଅଭିଯୋଗରେ କହିଥିଲେ । ଜିଲ୍ଲାପାଳ ଶ୍ରୀ ଶାହା ମଧ୍ୟ ଏ ଦିଗରେ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥାବାର୍ତ୍ତା କରି ଉଚିତ ବ୍ୟବସ୍ଥା କରିବେ ବୋଲି କହିଥିଲେ । ପାହାଡ ଉପରେ ବସବାସ କରିଆସୁଥିବା ଅଞ୍ଚଳବାସୀଙ୍କୁ ପାହାଡ ତଳିଆ ଅଞ୍ଚଳରେ ଭଲ ଯାହା ଦେଖି ସେମାନଙ୍କୁ ଜାଗାପଟା ଦେବା ସହ ଯୋଜନା ଟଙ୍କା ଦେଇ ଗୃହ ନିର୍ମାଣ କରାଉଛନ୍ତି । ଅଞ୍ଚଳବାସୀ ମଧ୍ୟ ଏ ଦିଗରେ ବେଶ ଖୁସି ଥିବା ପ୍ରକଟ କରିଛନ୍ତି । ଜିଲ୍ଲାପାଳଙ୍କ ଏ ପରିଦର୍ଶନ ବେଳେ ବ୍ଳକ ବିଡିଓ ତଥା ତହସିଲଦାର, କନିଷ୍ଟ ଯନ୍ତ୍ରୀ, ଡିଆଇପିଆର, ସହକାରୀ ଜିଲ୍ଲପାଳ, ବ୍ଲକ ଅଧ୍ୟକ୍ଷ, ଆର ଆଇ, ଗାରବନ୍ଧ ଥାନା ଅଧିକାରୀ, ପୂର୍ବତନ ସରପଞ୍ଚ ସମେତ ବ୍ଲକ ସ୍ତରିୟ ଅଧିକାରୀ ଏବଂ କର୍ମଚାରୀମାନେ ଗ୍ରସ୍ତ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା








