

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୋଷାଣୀନୂଆଗାଁଠାରେ ନୂତନ ଭାବେ ନିର୍ମିତ୍ତ ହୋଇଥବା ଏକ୍ସିସ ବ୍ୟାଙ୍କର ଏକ ଶାଖାକୁ ଉଦଘାଟନ କରିଛନ୍ତି । ଏହା ଗଞ୍ଜାମ ଜିଲ୍ଲାର ୧୫ନମ୍ବର ଶାଖା ହୋଇଥିବା ବେଳେ ବ୍ରହ୍ମପୁର ସହରର ଚତୁର୍ଥ ଶାଖା । ଏହି ଅବସରରେ ବ୍ରହ୍ମପୁର କ୍ଲାଷ୍ଟରର ମୁଖ୍ୟ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଗୋଷାଣୀନୂଆଗାଁ ବ୍ରାଞ୍ଚର ମୁଖ୍ୟ ସ୍ୱଦେଶ ମହାନ୍ତି, ଛତ୍ରପୁର ଶାଖା ମୁଖ୍ୟ ସଞ୍ଜୟ ଅଗ୍ରୱାଲ, ବ୍ରାଞ୍ଚ ପରିଚାଳନା ମୁଖ୍ୟ ସ୍ନେହାଶିଷ ବେହେରା, ଉପଭୋକ୍ତା ସେବା ଅଧିକାରୀ ମନମୋହନ ଆଚାର୍ଯ୍ୟ, ସୀତାଂଶୁ ଦାଶ, ବ୍ୟବସାୟ ଉନ୍ନତିମୂଳକ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ସେଲସ ଆସିଷ୍ଟା ମ୍ୟାନେଜର ବଳରାମ ମହାନ୍ତି ଏବଂ ଶୁଶିଲ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା



