ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ସାମଜିକ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମରେ ଏହି ଦିବସ ଅବସରରେ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ଉତ୍ସାହ କରିବା ନିମନ୍ତେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏହି କର୍ଯ୍ୟକ୍ରମରେ ଭିନ୍ନକ୍ଷମ ବ୍ୟକ୍ତିମାନେ ସାଧାରଣ ଲୋକଙ୍କ ଠାରୁ କିଛି କମ୍ ନୁହନ୍ତି ବୋଲି ଦର୍ଶାଇଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଯେ ଜିଲ୍ଲାର ୧୪ଜଣ ଭିନ୍ନକ୍ଷମ ଦମ୍ପତିମାନେ ବୈଦିକ ରୀତିନୀତି ଅନୁସାରେ ପରସ୍ପର ଫୁଲମାଳ ପକାଇ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତରେ ବିବାହ କରିଥଲେ । ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସାଧାରଣ ବ୍ୟକ୍ତି ବିବାହ କଲେ ସରକାରଙ୍କ ତରଫରୁ ୫୦ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହାନ ରାଶି ପ୍ରଦାନ କରିବା ନୀୟମ ରହିଛି । ତେଣୁ ଏହି କାର୍ଯ୍ୟକ୍ରମରେ ସାମଜିକ ସୁରକ୍ଷା ବିଭାଗ ପକ୍ଷରୁ ଦମ୍ପତିମାନଙ୍କୁ ପ୍ରୋତ୍ସାହାନ ରାଶି ପ୍ରଦାନ କରାଯାଇଥିଲା । ସୁଗମ ନିର୍ବାଚନ-୨୦୧୯ ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ମାନଙ୍କ ନିମିତ ଭି.ଭି. ପାଟ ପ୍ରଦର୍ଶନୀ ହୋଇଥିଲା । ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଭୋଟରମାନେ କିପରୀ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ କିପରୀ ସହଜ, ସରଳ ମତଦାନ କରିପାରିବେ ସେମାନଙ୍କୁ ବୁଝାଇଥିଲେ ଏବଂ ଦୃଷ୍ଟିହୀନ ଠାରୁ ଆରମ୍ଭ ବିଭିନ୍ନ ବର୍ଗର ଦିବ୍ୟାଙ୍ଗ ବ୍ୟକ୍ତି ମାନେ ମତଦାନ କରିଥିଲେ । ଏହାସହ ଜିଲ୍ଲାର ୧୦ଜଣ ସଫଳ ଭିନ୍ନକ୍ଷମ ମାନଙ୍କୁ ଏହି ଦିବସ ଉପଲକ୍ଷେ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ମାନୀତ କାରଯାଇଥିଲା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସର ଉଦଘାଟନୀ ଉତ୍ସବରେ ଗଂଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବେହେରା, ଗଂଜାମ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଡୁଡା ପିଡି ସବ୍ୟସାଚୀ ହୋତା, ଜିଲ୍ଲା ନିର୍ବାଚନ ଅଧିକାରୀ ଡେପୁଟି କଲେକ୍ଟର ବିଜୟାନନ୍ଦ ସେଠୀ, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଓ ଥଇଥାନ ଅଧିକାରୀ କମଳା କାନ୍ତ ପାଣିଗ୍ରାହୀଙ୍କ ସମେତ ବହୁ ବାଦନ୍ୟ ବ୍ୟକ୍ତିମାନେ ଯୋଗାଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଭିନ୍ନକ୍ଷମ ଭାଇ, ଭଉଣୀମାନେ ନାଚ. ଗୀତ ସହ ବିଭିନ୍ନ ପ୍ରତିଭା ଦେଖାଇଥିଲେ । ପରେ ଉପରୋକ୍ତ ଅତିଥୀମାନଙ୍କ ଉପସ୍ଥିତରେ ଭିନ୍ନକ୍ଷମ ଦମ୍ପତିମାନେ ପରସ୍ପର ଫୁଲମାଳ ପକାଇ ବିବାହ କରିଥିଲେ । ହୁଳ ହୁଳି ଏବଂ ବାଜାରେ କମ୍ପିଥିଲା ଉତ୍ସବ ସ୍ଥଳ । ଏହାପରେ ଜିଲ୍ଲାପ୍ରଶାସନ ପକ୍ଷରୁ ସୁଗମ ନିର୍ବାଚନ-୨୦୧୯ ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ଭି.ଭି.ପାଟ ପ୍ରଦର୍ଶନୀ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ, ଜିଲ୍ଲାନିର୍ବାଚନ ଅଧିକାରୀ ଶ୍ରୀ ସାହୁ, ଡୁଡା ପିଡି ଶ୍ରୀ ହୋତା ଏବଂ ଛତ୍ରପୁର ଉପଜିଲ୍ଲାପାଳ ଶ୍ରୀ ସାହୁ ଭିନ୍ନକ୍ଷମ ଭୋଟର ମାନଙ୍କୁ କିପରୀ ସରଳ ଓ ସହଜରେ ମତଦାନ ଦେଇପାରିବେ ସେ ସମ୍ପର୍କରେ ମକ୍ଡ୍ରିଲ୍ ଦେଖାଇଥିଲେ । ପରେ ଉପସ୍ଥିତ ଭିନ୍ନକ୍ଷମ ଭୋଟରମାନେ ଆସି ଇଭିଏମ୍ ମେସିନ୍ରେ ରେ ମତଦାନ କରିଥିଲେ । ଏହା ଫଳରେ ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଭିନ୍ନକ୍ଷମ ଭୋଟଦାତାମାନେ ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ । ଏହି ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଉପସ୍ଥିତ ଭିନ୍ନକ୍ଷମମାନଙ୍କୁ ଉତ୍ସାହିତ କରି ଦିବସର ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ । ଆଜିର ଦନରେ ଭିନ୍ନକ୍ଷମମାନେ ସାଧାରଣ ଲୋକଙ୍କ ଠାରୁ କିଛି କମ୍ ନୁହଁନ୍ତି ବୋଲି କହିଥିଲେ । ଜିଲ୍ଲାର ୧୦ଜଣ ସଫଳ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସମ୍ମାନୀତ କରିଥିଲେ । ସେମାନେ ହେଲେ ଛତ୍ରପୁର ସହରର ଆନ୍ତର୍ଜାତୀୟ ଖେଳାଳୀ ଭି.ରମେଶ ରାଓ, ଆସିକା ବ୍ଲକ ସାନଖୋଲି ଗ୍ରାମର ପୂର୍ଣ୍ଣବାସୀ ପ୍ରଧାନ, ଭଂଜନଗର ବ୍ଲକର ମୁଜାଗଡ ଗ୍ରାମର ସୁନୀଲ ପ୍ରଧାନ, ଛତ୍ରପୁର ସମର୍ଥ ଅନୁଷ୍ଠାନର ସଂପାଦକ କେ.ଆନନ୍ଦ ରାଓ, ଛତ୍ରପୁର ସହରର ଚନ୍ଦ୍ର ଶେଖର ସୁତାର, ବ୍ରହ୍ମପୁରର ୱାଈ. ୠକ୍ଷ୍ମୀ, ସାନଖେମୁଣ୍ଡି ବ୍ଲକର ନରସିଂହଗଡ ଗ୍ରାମର ବବିତା ପ୍ରଧାନ, ପାତ୍ରପୁର ବ୍ଲକର ସରୋଜିନୀ ସେଠୀ, ସାନଖେମୁଣ୍ଡି ବ୍ଲକର ଖଲିଙ୍ଗି ଗ୍ରାମର ଶଙ୍କର ମହାନ୍ତି ଓ ସାହାସପୁର ଗ୍ରାମର ସୁନିତା ରାଉଳଙ୍କୁ ମାନପତ୍ର ସହ ଉପଢୈକନ ଦେଇ ସମ୍ମାନୀତ କରାଯାଇଥିଲ। । ଜିଲ୍ଲାର କୃତିତ୍ୱ ହାସଲ କରିଥିବା ଭିନ୍ନକ୍ଷମ ଛାତ୍ର ଓ ଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କାରଯାଇଥିଲ। । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସେଠୀ, ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପଞ୍ଚାନନ ପଣ୍ଡା, ଭଞ୍ଜନଗର ଉପଖଣ୍ଡ ସାମାଜିକ ଅଧିକାରୀ କଲ୍ୟାଣୀ ଦାସଙ୍କ ସମେତ ବିଭାଗୀ ଅଧିକାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା