ଜିଲ୍ଲାସ୍ତରୀୟ ଭୋଟର ଦିବସ ପାଳନ ଅବସରରେ ଜିଲ୍ଲାପାଳ ସମସ୍ତଙ୍କୁ ଶପଥ ପାଠ କରାଇଲେ…

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଜିଲ୍ଲାପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ୯ମ ରାଷ୍ଟ୍ରୀୟ ମଦଦାତା ଦିବସ ପାଳିତ ହୋଇଯାଇଛି । ଏହି ୯ମ ରଷ୍ଟ୍ରୀୟ ଭୋଟର ଦିବସ ଅବସରରେ ଗଂଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସମସ୍ତଙ୍କୁ ପ୍ରଥମେ ଶପଥ ପାଠ କରାଇଥିଲେ । ଏହାପରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଗଂଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ଦସ୍ତଖତ ସଚେତନତା କାର୍ଯ୍ୟକ୍ରମକୁ ଦସ୍ତଖତ କରି ଏହାର ଶୁଭାରମ୍ଭ କରିଥିଲେ । ପରେ ନୂତନ ଭୋଟରମାନଙ୍କୁ ଅଭିନନ୍ଦନ ଜଣାଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଆଜିର ଦିବସର ମୂଳ ଲକ୍ଷ୍ୟ ହେଉଛି କୌଣସି ମଦଦାତା ବାଦ୍ ପଡିବେ ନାହିଁ । ମୋତେ ଯେତେବେଳେ ୧୮ବର୍ଷ ହୋଇଥିଲା ମୁଁ ନୂତନ ଭୋଟର ହୋଇଥିଲି ସେତେବେଳେ ମୁଁ ବହୁତ ଖୁସି ଅନୁଭବ କରିଥିଲି କାରଣ ମୁଁ ଭୋଟ ମତାଦନ କରିବି ବୋଲି ଜିଲ୍ଲାପାଳ ନିଜ କଥା କହିଥିଲେ । ଏହାସହ ନୂତନ ଭୋଟରମାନଙ୍କୁ କହିଥିଲେ ଯେ ମୋ ଭୋଟ ମୋ ସ୍ୱାଭିମ।ନ, ଆମେ ଯେମିତି ଜଣେ ଭଲ ବ୍ୟକ୍ତିଙ୍କୁ ଆମର ଭୋଟ ମତଦାନ ଦେଲେ ଭୋଟର ମୂଲ୍ୟ ରହିବ । ଭୋଟ ମତଦାନ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ପୂର୍ଣ୍ଣ କାର୍ଯ୍ୟ । ଆସନ୍ତା ନିର୍ବାଚନରେ ଆମେ ସମସ୍ତେ ସମ୍ମାନର ସହିତ କିପରି ଭୋଟ ମତଦାନ ଦେବା ଜଣେ ଭି ବ୍ୟକ୍ତି ଭୋଟ ମତଦାନ ନଦେଇ ରହିବେ ନାହିଁ ସେଥିପ୍ରତି ଜିଲ୍ଲାପ୍ରଶାସନ ଅହରମ କାର୍ଯ୍ୟକରୁଛି ବୋଲି ଜିଲ୍ଲାପାଳ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରବେସନାରୀ ଆଇଏଏସ ଅଫିସର ତଥା ଛତ୍ରପୁର ତହସିଲଦା ଭାବେ ଦାୟିତ୍ୱରେ ଥିବା ପି.ଅନ୍ୱେଷା ରେଡ୍ଡୀ, ଡେପୁଟି କଲେକ୍ଟର (ନିର୍ବାଚନ) ବିଜୟାନନ୍ଦ ସେଠୀ, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ ପ୍ରମୂଖ ମଞ୍ଚାସିନ ରହି ଉକ୍ତ କାର୍ଯ୍ୟକ୍ରମରେ  ନିଜନିଜ ମତପ୍ରକାଶ କରି ସମସ୍ତେ ନିଜନିଜର ଭୋଟ ଅଧିକାର ସାବ୍ୟସ୍ଥ କରିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷିତ ଦାଶ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନରୋମା ରେଡ୍ଡୀ, ସର୍ବ ଶିକ୍ଷା ଅଭିଯାନର ଜିଲ୍ଲା ପଷ୍ଠଳୂ ସଂଯୋଜିକା ବିନୀତା ସେନାପତି, ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ସୁପକାର, ଛତ୍ରପୁର ଅତିରିକ୍ତ ତହସିଲଦାର ଶରତ କୁମାର ପାତ୍ର, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଜିଲ୍ଲା ସାମାଜିକ ଅଧିକାରୀ ବଳରାମ ସେଠୀ, ଆସିଷ୍ଟାଣ୍ଡ କଲେକ୍ଟର ବିକ୍ରମ ଦୋରା, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପଞ୍ଚାନନ ପଣ୍ଡା, ଜିଲ୍ଲାପଞ୍ଚାୟତ ଅଧିକାରୀ ଡି. ସେଠୀଆ, ଛତ୍ରପୁର ଉପଖଣ୍ଡ ପଞ୍ଚାୟତ ଅଧିାକରୀ ଉଲା ସେଠୀଙ୍କ ସମେତ ଜିଲ୍ଲାର ସମସ୍ତ ବିଏଲଓ, ଛାତ୍ରଛତ୍ରୀ ଓ ଜିଲ୍ଲାସ୍ତରୀୟ ଅଫିସରମାନେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଅତିଥିଙ୍କ ଦ୍ୱାରା ୯ମ ରଷ୍ଟ୍ରୀୟ ମଦଦାତା ଦିବସ ଉପରେ ଅନୁଷ୍ଠିତ ହୋଇଥିବା ମହାବିଦ୍ୟାଳୟ ସ୍ତରୀୟ ଚିତ୍ର, ପ୍ରବନ୍ଧ,ବକ୍ତୃତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ୪୩ଜଣଜଣ ନୂତନ ଭୋଟର ମାନଙ୍କୁ ଭୋଟ ପରିଚୟ ପ୍ରଦାନ କରାଯଇଥିବା ବେଳେ ସେଥିରୁ ୬ଜଣ ଦିବ୍ୟାଙ୍ଗ ଭୋଟର ରହିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ ସଂଯୋଜନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଡେପୁଟି କଲେକ୍ଟର ବିଜୟାନନ୍ଦ ସେଠୀ ଓ ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ ପରିଚାଳନା କରିଥିଲେ । ଏହି ଅବସରରେ ସକାଳ ୮ଟାରେ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ (ଗଣତନ୍ତ୍ର ପାଇଁ ଦୈାଡ) ଏକ ସଚେତନା ଶୋଭାଯାତ୍ର ବାହାରି ଛତ୍ରପୁର ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରାରେ ଛତ୍ରପୁର ଏନଏସି ପକ୍ଷରୁ ଏକ ନିର୍ବାଚନ ସଚେତନତା ରଥ ଏବଂ ମାସ୍କୋଟ ମଧ୍ୟ ଲୋକଙ୍କୁ ସଚେତନତା କରିବା ନିମନ୍ତେ ବୁଲିଥିଲ । ଏଥିରେ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାଶ ,ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଡେପୁଟି କଲେକ୍ଟର(ନିର୍ବାଚନ ) ବଜୟାନନ୍ଦ ସେଠୀ,  ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଜିଲ୍ଲା କ୍ରିଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ, ଭୂ-ଅର୍ଜନ ଅଧିକାରୀ ଆକାଶ କୁମାର ଦାଶଙ୍କ ସମେତ ବିଭିନ୍ନ ମହାବିଦ୍ୟାଲୟର ଛାତ୍ରଛାତ୍ରୀମାନେ, ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ । ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରେ ଜିଲ୍ଲା କଲ ସେଣ୍ଟର (ଭୋଟର ସହାୟତା କେନ୍ଦ୍ର)କୁ ମଧ୍ୟ ଜିଲ୍ଲପାଳ ଶ୍ରୀ କୁଲାଙ୍ଗେ ଉଦଘାଟନ କରିଥିଲେ । ଏହି କେନ୍ଦ୍ର ମାଧ୍ୟମରେ ଲୋକମାନେ ଭୋଟ ନାମା ଯୋଡିବା ଏବଂ ସମସ୍ତ ବିଷୟ ଜାଣିବା ସଂପର୍କରେ ୧୯୫୦ ଟେଲିଫୋନ(ଟୋଲଫ୍ରି) ନଂକୁ ଫୋନ କରି ଜାଣିପାରିବେ । ଏଥି ନିମନ୍ତେ ଦୁଇଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି ।  

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା