ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲାସ୍ତରୀୟ ମହୋତ୍ସବ ‘ମୋ ଗେହ୍ଲା ଝିଅ’ରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗଦେଇ ଶୁଭାରମ୍ଭ କରିଛନ୍ତି । ସେ ଝିଅ ହେଉ ଅବା ପୁଅ ବର୍ତ୍ତମାନ ସମସ୍ତେ ସମାନ । ଆଇନ ଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଏବେ ଝିଅଙ୍କୁ ମଧ୍ୟ ସମସ୍ତ ପ୍ରକାର ସୁଯୋଗ ପ୍ରଦାନ କରାଯାଉଛି । ତେବେ ଏହି ଝିଅ ମାନଙ୍କର ସଂଖ୍ୟାକୁ ଆହୁରୀ ବୃଦ୍ଧି କରିବା ନିମନ୍ତେ ରାଜ୍ୟ ରେ ପ୍ରଥମ କରି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ତଥା ଗଂଜାମ ଜିଲ୍ଲାରେ ଜିଲ୍ଲାପ୍ରଶାସନ ପକ୍ଷରୁ ମୋ ଗେହ୍ଲା ଝିଅ ଅଭିଯାନ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଗତ ୨୦୧୯ ଜାନୁୟାରୀ ୧୪ ତାରିଖ ଦିନ ଏକ ଅଭିନବ ପ୍ରୟାସ ଆରମ୍ଭ କରିଥିଲେ । କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ଶିକ୍ଷିତ କରି ସମାଜରେ ପରିଚୟ ସୃଷ୍ଟି କରିବା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ କରାଯାଇଛି । ଯେଉଁ ଘରେ କନ୍ୟା ଜନ୍ମ ହେବ ସେହି ଘରେ ପ୍ରଶାସନ କନ୍ୟା ଜନ୍ମ ଉତ୍ସବ ପାଳନ କରିବା ଏବଂ ପରିବାର ସଦସ୍ୟମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବା ସଂଗେ ଜନ୍ମ ଗ୍ରହଣ କରିଥିବା କନ୍ୟାର ପିତାମାତାଙ୍କୁ ଜିଲ୍ଲା ପ୍ରଶାସନ ପ୍ରଂଶସା ପତ୍ର ପ୍ରଦାନ କରାଯିବାର ଏହି କାର୍ଯ୍ୟକ୍ରମ ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହି ପରିପ୍ରେକ୍ଷୀରେ ଗତକାଲି ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ‘ମୋ ଗେହ୍ଲା ଝିଅ’ ଜିଲ୍ଲାସ୍ତରୀୟ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ନବଜାତ ଶିଶୁ କନ୍ୟା ମାନଙ୍କୁ ହାତରେ କୋଳେଇ ଝୁଲାଇ ଥିଲେ ଏବଂ କେତକ ନବଜାତ ଶିଶୁ କନ୍ୟାର ମାତାମାନଙ୍କ ସହ ମିଶି କେକ୍ କାଟି, କେକ୍ ଏବଂ ମିଷ୍ଟାନ ନବଜାତ ଶିଶୁ କନ୍ୟା ମାତାମାନଙ୍କୁ ବଣ୍ଟନ କରିଛନ୍ତି । ପରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମକୁ ପର୍ଯ୍ୟାୟକ୍ରମେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସ୍ନେହଲତା ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା ।
ଆସିକା ସାଂସଦ ପ୍ରମିଳା ବିଷୋୟୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ନବଜାତ ଶିଶୁ କନ୍ୟାର ମାତା ମାନଙ୍କୁ ଧନ୍ୟବାଦ ଦେବାସହ ଜିଲ୍ଲାପ୍ରଶାସନର ଏହି କାର୍ଯ୍ୟକ୍ରମକୁ ଖୁସି ଜାହିର କରିଥିଲେ । ସେ ନିଜ ବକ୍ତବ୍ୟରେ କହିଥିଲେ ଝିଅ ହେଉଛି ଆମର ଲକ୍ଷ୍ମୀ ପ୍ରତିମା । ଝିଅର ଯତ୍ନ ଠିକ୍ ଭାବେ ନେବା ପୁଅ ମାନଙ୍କ ଠାରୁ ଝିଅ ମାନେ ବାପା ମାଆ କୁ ଭଳଭାବେ ପାଚାରୁଥାନ୍ତି । ଏବେ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରିଛନ୍ତି । ପିଲାମାନଙ୍କୁ ପାଠ ପଢାରେ କୈାଣସି ଅସୁବିଧା ହେବ ନାହିଁ । ଝିଅର ଲାଳନ ପାଳନ ଭଳ ଭାବେ କରିବ।। । ସେମାନଙ୍କୁ ଆଦର୍ଶ ନାରୀ କିମ୍ବା ଆଦର୍ଶ କନ୍ୟା ଭାବେ ଗଢି ତୋଳିବା । ଯୈ÷ାତୁକ ଭୟରେ ପେଟରେ ବଢୁଥିବା କନ୍ୟାମାନଙ୍କୁ ହତ୍ୟା ନକରିବା ଉପରେ ଉପସ୍ଥିତ ମା’ମାନଙ୍କୁ ବୁଝାଇଥିଲେ । ମା’ମାନଙ୍କୁ ନେଇ ମୁଁ ଗୃଫ ଗଢିଲି ପରେ ମା ଓ ଭଉଣୀମାନଙ୍କ ସହଯୋଗରେ ସାଂସଦ ହୋଇ ଦିଲ୍ଲୀ ଦରବାରରେ ପହଞ୍ଚି ପାରିଲି ବୋଲି ସାଂସଦ ଶ୍ରୀମତି ବିଷୋୟୀ କହିଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିଜର ଅଭିଭାଷଣରେ ଝିଅ ହେଉଛି ଲକ୍ଷ୍ମୀ ପ୍ରତିମା । ଏଣୁ ଦୟାକରି ପୁଅ ଓ ଝିଅ ମଧ୍ୟରେ କୌଣସି ଭେଦଭାବ ରଖନ୍ତୁ ନାହିଁ । ଝିଅ ନଥିଲେ ଏଦୁନିଆ ରହିବ ନାହିଁ । ଦୁନିଆ ରହିବାକୁ ହେଲେ ଝିଅ ଆବଶ୍ୟକ । ସେମାନଙ୍କୁ ଉଚିତ୍ ଶିକ୍ଷା, ମୌଳିକ ସୁବିଧା ଯୋଗାଇବା ଦେବା ସହ ସେମାନଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ରହିଛି । ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନାର ପଦକ୍ଷେପ ନେଉଛନ୍ତି । ସେହି ପ୍ଲାଟ୍ଫର୍ମକୁ ସଫଳ କରିବାକୁ ହେଲେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମକୁ ତ୍ୱାରାନ୍ୱିତ କରିବାକୁ ପ୍ରୟାସ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି । ସେହିପରି ଗଂଜାମ ଜିଲ୍ଲାପରିଷଦ ସ୍ନେହଲତା ପଣ୍ଡା ଯୋଗଦେଇ କହିଥିଲେ ଯେ ନାରୀମାନଙ୍କୁ ସମ୍ମାନ ସହ ସ୍ୱାବଲମ୍ବୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ତାହାର ଏକ ଅଂଶ ବିଶେଷ ମୋ ଗେହ୍ଲା ଝିଅ ଯୋଜନା ଜିଲ୍ଲା ପାଇଁ ଆହୁରୀ ସଫଳତା ଆଣିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଗଂଜାମ ଜିଲ୍ଲାର ଅଥିରିକ୍ତ ଜିଲ୍ଲପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଭଂଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ, ଜିଲ୍ଲା ସମାଜ ଓ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକରୀ (ପରିବାର ନିୟନ୍ତ୍ରଣ) ଡାକ୍ତର ଭି.ସରୋଜନୀ ଦେବୀ, ଆସିକା ସିଡିପିଓ ଭାରତୀ ପାଢୀ ଓ ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ ପ୍ରମୁଖ ଆଜିର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ମତବ୍ୟକ୍ତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫୦ଜଣ ନବଜାତ କନ୍ୟା ଶିଶୁ ଜନ୍ମ କରିଥିବା ମାତାମାନଙ୍କୁ ଜିଲ୍ଲା ପ୍ରଶାସନ ପୁଷ୍ପଗୁଚ୍ଛ ସହ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ମିଳିତ ଭାବେ ପରିଚାଳନା କରିଥିବା ବେଳେ ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ ଓ ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ଅରୁଣ କୁମାର ନାୟକ, ଡିସିପିଓ କାର୍ଯ୍ୟାଳୟର, ଶିବ ପ୍ରସାଦ ରଥ ଏବଂ ସୁଶାନ୍ତ କୁମାର ସାହୁ, ସମସ୍ତ ଅଙ୍ଗନବାଡି, ସୁପରଭାଇଜର ଓ ଆଶାକର୍ମୀମାନେ ସହଯୋଗ କରିଥିଲେ । ଶେଷରେ ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଗତକାଲି ଅପରାହ୍ନରେ ୩ାଟରେ ଛତ୍ରପୁର ଏନଏସିର ୬ୱାର୍ଡର ମୋତିୱାରୀ ସାହିରେ ଗତ ୨୦୧୯ ମଇ ମାସ ୧୯ ତାରିଖରେ ପ୍ରତିମା ବେହେରା ଏବଂ ଗତ ୨୦୧୯ ଅପ୍ରେଲ ୨୦ ତାରିଖରେ ଦିପ୍ତୀମୟୀ ସାହୁ ନବଜାତ ଶିଶୁ କନ୍ୟା ଜନ୍ମ ଗ୍ରହଣ କରିଥିବାରୁ ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ସେମାନଙ୍କ ଘରକୁ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସ୍ନେହଲତା ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରରୀ ନନ୍ଦଙ୍କ ସମେତ ବିଭାଗୀୟ ଅଧିକାରୀ ପହଞ୍ଚି କନ୍ୟା ମହୋତ୍ସବ ପାଳନ କରିଥିଲେ ଏବଂ ନବଜାତ ଶିଶୁ କନ୍ୟାର ମାତାମାନଙ୍କୁ ପୁଷ୍ପଗୁଚ୍ଛ ସହ ପ୍ରମାଣ ପତ୍ର ପ୍ରଦାନ କରି ସମସ୍ତଙ୍କୁ ମିଷ୍ଟାନ ବଣ୍ଟନ କରିଛନ୍ତି ସାଂସଦ ଶ୍ରୀମତୀ ବିଷୋୟୀ । ସେପଟେ ଗଂଜାମ ଜିଲ୍ଲା ପ୍ରଶାସନର ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରିଛନ୍ତି ଜିଲ୍ଲାବାସୀ । ତେବେ ଝିଅମାନଙ୍କୁ ସମସ୍ତ କ୍ଷେତ୍ରରେ ଅଗ୍ରାଧିକାର ପୂର୍ବରୁ ଦିଆଯାଉଥିବା ବେଳେ ଏହି ଗେହ୍ଲା ଝିଅ କାର୍ଯ୍ୟକ୍ରମ ବେଶ୍ ପ୍ରଶଂସନୀୟ ବୋଲି କହିଛନ୍ତି ଅଭିଯାନରେ ଅଂଶ ଗ୍ରହଣ କରିଥିବା ମା ଓ ପରିବାର ବର୍ଗମାନେ । ଏଭଳି ସଚେତନତା କାର୍ଯ୍ୟକ୍ରମ କରାଯିବା ଦ୍ୱାରା ନିଶ୍ଚିତ ଭାବେ ସମାଜରେ କନ୍ୟାଭ୍ରୃଣ ହତ୍ୟା କମିବା ସହିତ କନ୍ୟା ପ୍ରତି ହେଉଥିବା ଅତ୍ୟାଚାର ମଧ୍ୟ କମିବ ବୋଲି ସେମାନେ ପ୍ରକାଶ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା