

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ପତଞ୍ଜଳି ଭାରତ ସ୍ୱାଭିମାନ ଓ ଗଞ୍ଜାମ ପତଞ୍ଜଳି ଯୁବ ଭାରତ ଦ୍ୱାରା ଜିଲ୍ଲା ସ୍ତରୀୟ ଯୋଗ ଆସନ ପ୍ରତିଯୋଗିତା ବ୍ରହ୍ମପୁର ସ୍ଥିତ ଭାରତ ବିକାଶ ପରିଷଦ ଅନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସ୍କୁଲ, କଲେଜ ଓ ବିଭିନ୍ନ ଯୋଗ ପ୍ରଶିକ୍ଷଣ କେନ୍ଦ୍ରରୁ ୯ ବର୍ଷରୁ ୨୫ ବର୍ଷର ପ୍ରାୟ ୯୫ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ଶିଶିର ଦାସ, ଡ଼.ଦେବରାଜ ପାଣିଗ୍ରାହୀ ଓ ଲିପକ ସାହୁ ଜଜ୍ଜ୍ଵର ଭୂମିକା ତୁଲାଇ ଥିବାବେଳେ ଯୁବ ଭାରତର ପ୍ରିନ୍ସ, ଧର୍ମା, ସରୋଜ, ସଚିନ, ଯୋଗୀ, ରବିନ୍ଦ୍ର, ସଂଗ୍ରାମ, ମନୋଜ, ଭଗବାନ, ପ୍ରିୟବ୍ରତ, ରବିବାବୁ, ସୀତାରାମ ଓ ଅନ୍ୟ ବହୁ କର୍ମକର୍ତ୍ତା ଏହି ସଫଳ କାର୍ଯ୍ୟକ୍ରମର ଅଂଶୀଦାର ହୋଇଥିଲେ । ଭାରତ ବିକାଶ ପରିଷଦର ପ୍ରଫେସର ଏନ.ସି ପାଢ଼ୀ, ଅଧ୍ୟକ୍ଷ ଶ୍ରୀରାମ ରାଓ, ସମ୍ପାଦକ ସୁଶାନ୍ତ ପାତ୍ର, ଡ଼:କିରଣ ପାଣିଗ୍ରାହୀ ଓ ରୋଟାରିଆନ ପିଏସଏନ ସେନାପତି ବିଜେତା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଗଂଜାମ ଜିଲ୍ଲା ଯୁବ ପ୍ରଭାରୀ ବରୁଣ ପାଣିଗ୍ରାହୀ ସମସ୍ତ କାର୍ଯ୍ୟକ୍ରମକୁ ପୁଙ୍ଖାନୁପୁଙ୍ଖ ଭାବେ ସମସ୍ତ ସହଯୋଗୀଙ୍କୁ ନେଇ ସମ୍ପନ୍ନ କରିଥିଲେ ଓ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଅନୁଷ୍ଠାନ ମୁଖ୍ୟଙ୍କୁ ଧନ୍ୟବାଦ ଦେବା ସହ ୯ ଜଣ ବିଜୟୀ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



