

ଛତ୍ରପୁର(ସମୃଦ୍ଧ ଓଡିଶା)ଗଞ୍ଜାମ ଜ଼ିଲ୍ଲା ସ୍ତରୀୟ ସ୍କୁଲ ସମୂହ କ୍ରୀଡା ପ୍ରତିଯୋଗୀତା ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲ ଖେଳପଡିଆ ଠାରେ ଉଦଘାଟିତ ହୋଇଯାଇଛି । ଏହା 28 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରତିଯୋଗୀତାକୁ ଗଞ୍ଜାମ ଏସପି ଜଗମୋହନ ମୀନା ଉଦଘାଟନ କରିଥିଲେ । ଏହି ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ 12 ଟି ଜୋନାଲ ସ୍ତରୀୟ ର ବିଭିନ୍ନ ସ୍କୁଲ କ୍ରୀଡା ପ୍ରତିଯୋଗୀତା ର କୃତି 500 ଜଣ ଛାତ୍ରୀଛାତ୍ର ମାନେ ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠିତ ଉଦଘାଟନ କାର୍ଯ୍ୟକ୍ରମ ରେ ଗଞ୍ଜାମ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟନାୟକ ସଭାପତିତ୍ୱ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଥଲେଟିକ ଆସୋସିଏସନ ର ଉପସଭାପତି ପ୍ରଫୁଲ୍ଲ ପଟନାୟକ, ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ସାହୁ, ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର, ଗଂଜାମ ବ୍ଲକ ଶିକ୍ଷା ଅଧିକାରୀ ଭାଗୀରଥି ବେହେରା, ପ୍ରଧାନଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ ଉପସ୍ଥିତ ହୋଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ଜ଼ିଲ୍ଲା ଶାରୀରିକ କ୍ରୀଡା ନିରୀକ୍ଷକ ଭାଗିରଥି ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଫୁଟବଲ୍, ହକି, ଆଥଲେଟିକ୍, ଦୌଡ, କବାଡି, ଖୋଖୋ ଆଦି ଖେଳ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା