ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଆ ରିତି ଯୁଗୀୟ ତଥା ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଓ ସ୍ୱାଭିମାନୀ କବି ଦୀନକୃଷ୍ଣ ଦାସ ଏ ଜାତୀର ନମସ୍ୟ । ସୁବର୍ଣ୍ଣରେଖା କୂଳ ଜଳେଶ୍ୱରର ମୁଣୁତୁଣୀଆ ଗାଁରେ ତାଙ୍କର ଜନ୍ମ ହୋଇଥିବା ବେଳେ ସେଠାରେ ବିକାଶ ଘଟି ନଥିବା ତାଙ୍କ ପ୍ରତି ଅପମାନ । କବୀ ଜନ୍ମପୀଠ ଓ ସେଠାକୁ ଜାତାୟାତ ଲାଗି ରାସ୍ତା ଓ ସୁବର୍ଣ୍ଣରେଖାରେ ପୋଲ ନିର୍ମାଣ ଲାଗି ସେ ପ୍ରଚେଷ୍ଟା କରିବେ ବୋଲି ଗତକାଲି ସେଠାରେ ପ୍ରକାଶ କରିଛନ୍ତି । ରାଇବଣିଆ ଥାନା ଅନ୍ତର୍ଗତ ଖୁଦିଆ ମାଝୀସାର ହିଁ ଗାଁର ମୁଣୁତୁଣିଆ ଗାଁର ଅବସ୍ଥିତ ଦୀନକୃଷ୍ଣ ଜନ୍ମପୀଠ । ବହୁ ବାଦବିସମ୍ବାଦ ପରେ ଦୀନକୃଷ୍ଣ ଦାସ ଜଣେ ଓ ଅଭିନ୍ନ ବୋଲି ପ୍ରମାଣିକ ହେବାପରେ ତାଙ୍କ ଜନ୍ମପୀଠର ବିଶେଷ ବିକାଶ ଘଟିନଥିବା କ୍ଷୋଭର ବିଷୟ ବୋଲି ଗତକାଲି ସେଠାକୁ ପ୍ରଥମ ଗସ୍ତରେ ଯାଇଥିବା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି । ଆବଶ୍ୟକ ବିକାଶ ଲାଗି ଯଥାଶୀଘ୍ର ଚେଷ୍ଟିତ ରହିବେ ବୋଲି ସେ ପ୍ରକାଶ କରିଛନ୍ତି । ମୁଖ୍ୟବକ୍ତ ଭାବେ ଦୀନକୃଷ୍ଣ ସ୍ମୃତି ପରିଷଦର ପ୍ରତିଷ୍ଠାତା ସଂପାଦକ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ଯୋଗ ଦେଇ ଉପାନ୍ତ ଅଂଚଳରେ ପ୍ରତଣ୍ଡ ସ୍ୱାଭିମାନୀ କବି ଦିନକୃଷ୍ଣଙ୍କ ଜନ୍ମ ହୋଇଥିବା ବେଳେ ତାଙ୍କ ଜନ୍ମପୀଠ ଅବହେଳିତ । ସେଥିପ୍ରତି ମନ୍ତ୍ରୀଙ୍କର ସେ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ସଭାକୁ ଶାନ୍ତନୁ କୁମାର ପଟ୍ଟନାୟକ ସଂଚାଚଳ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଅରୁଣ ବେଜ, ଉମାଶଂକର ମହାପାତ୍ର, କବି ବ୍ରଜେନ୍ଦ୍ର ଗିରି, ମୁକ୍ତିପଦ ଷଡଙ୍ଗୀ ମଂଚରେ ଉପସ୍ଥିତ ଥିଲେ । କ୍ଷୀତିଶ ଚନ୍ଦ୍ର ଦେ, ପ୍ରଦୀପ କୁମାର ମିଶ୍ର, ଚନ୍ଦନ ପାଳ, ଶଚିନ୍ଦ୍ର ଘୋଷ, ତପୁ ସାହୁ, ସ୍ୱପ୍ନେଶ୍ୱର ସାହୁ, ରମଣି ରଂଜନ ଦେ ପ୍ରମୁଖ ପରିଚାଳନା କରିଥିଲେ । ଦୀନକୃଷ୍ଣ ସ୍ମୃତି ପରିଷଦ, ମୁଣୁତୁଣିଆ ଗ୍ରାମବାସୀ, ଦୀନକୃଷ୍ଣ ପୀଠ ସୁରକ୍ଷା କମିଟି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀଙ୍କୁ ଦୀନକୃଷ୍ଣ ପୀଠର ବିକାଶ, ପିଇବା ପାଣିର ସୁବ୍ୟବସ୍ଥା, ଲାଇବ୍ରେରୀ, ପାନ୍ଥ ନିବାସ ଓ ନିକଟରେ ଥିବା ପୋଖରୀରେ ବୋଟିଂ, ଦିନକୃଷ୍ଣ ପୀଠକୁ ଯାତାୟାତ ଲାଗି ସବୁଦିନିଆ ରାସ୍ତା, ବସ୍ ଚଳାଚଳ, ପୀଠର ସୁରକ୍ଷାଲାଗି ପ୍ରାଚୀର ନିର୍ମାଣ ଇତ୍ୟାଦି ଲାଗି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା