ଜୀବିକା ମିଶନ ଓ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରବାସୀ ଓଡିଆମାନଙ୍କୁ ତାଲିମ ଶିବିର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗରିବ କଲ୍ୟାଣ ରୋଜଗାର ଅଭିଯାନର ଯୋଜନାରେ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକର ୩୫ଟି ପଞ୍ଚାୟତର ୩୫ଜଣ ପ୍ରବାସୀ ଓଡିଆ ଯୁବକମାନଙ୍କୁ ଜଳେଶ୍ୱର ଜୀବିକା ମିଶନ ଓ କୃଷି ବିଜ୍ଞାନ କେନ୍ଦ୍ର ବାଲେଶ୍ୱର ଆନୁକୂଲ୍ୟରେ ୩ ଦିନିଆ ତାଲିମ ଶିବିର ଜଳେଶ୍ୱର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପ୍ରବାସୀ ମାନଙ୍କୁ କୁକୁଡା ଚାଷ କରି ସ୍ୱାବଲମ୍ବୀ କରାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଏହା ପ୍ରୟାସ ବୋଲି ଜଣଯାଇଛି । ଆଜି ମଙ୍ଗଳବାର ପୂର୍ବାହ୍ନରେ ଏହି ଶିବିରକୁ ଉଦ୍‌ଘାଟନ କରାଯାଇଛି । ଗୃହ ବୈଜ୍ଞାନିକ ଡ. ଅମିତ୍ରା ରାଣୀ ପାତ୍ର, ବନ୍ୟଜନ୍ତ୍ରୁ ବୈଜ୍ଞାନିକ ସେଫାଳି ରାଉତ, ଜୀବିକା ମିଶନର ଜିଲା ପ୍ରକଳ୍ପ ମ୍ୟାନେଜର ଚନ୍ଦନ କୁମାର ବେହେରା, ବ୍ଲକ ପ୍ରକଳ୍ପ ମ୍ୟାଜେନର ତାପସ କୁମାର ମହାନ୍ତି, ବ୍ଲକ ସଂଯୋଜକା ମଧୁମିତା ଦାସ ଉପସ୍ଥିତ ରହି ପ୍ରବାସୀ ଓଡିଆ ଯୁବକ ମାନଙ୍କୁ ତାଲିମ ଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା