

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କରୋନା କଟକଣା ସତ୍ୱେ ବି ରାଜଧାନୀରେ ଚାଲିଛି ଜୁଆ ଖେଳ । କୋଭିଡ୍ ପାସ ଲଗାଇ ଭୁବନେଶ୍ୱରର ବେଧଡକ ବୁଲୁଛନ୍ତି ଜୁଆଡ଼ି । ଏହାକୁ ନେଇ ଭୁବନେଶ୍ୱରରୁ ପୋଲିସ ୯ଜଣ ହାଇ ପ୍ରୋଫାଇଲ ଜୁଆଡ଼ିଙ୍କୁ ଗିରଫ କରିଛି । ସୂଚନା ମୁତାବକ ଟାଙ୍ଗୀ ବିଡିଓଙ୍କ ଅନୁମତି ପତ୍ର ଦେଖାଇ ଭୁବନେଶ୍ୱରରେ ବିଳମ୍ବିତ ରାତିରେ ତିନିଟି ଗାଡ଼ିରେ ଜୁଆଡ଼ି ବୁଲୁଥିଲେ । ନୟାପଲ୍ଲୀସ୍ଥିତ ଓୟୋ ହୋଟେଲରେ ଜୁଆ ଖେଳ ଚାଲିଥିବା ନେଇ ଖବର ପାଇବା ପରେ ଚଢ଼ାଉ କରିଥିଲା ପୋଲିସ । ସେଠାରୁ ୯ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ଜୁଆ ଆଡାରେ ଚଢ଼ାଉ କରି ସେମାନଙ୍କ ନିକଟରୁ ନୟାପଲ୍ଲୀ ପୋଲିସ ତିନିଟି ଦାମୀ ଗାଡ଼ି, ୧ ଲକ୍ଷ ୫୩ ହଜାର ଟଙ୍କା ଓ ମୋବାଇଲ୍ ଜବତ କରିଥିବାର ସୂଚନା ମିଳିଛି ।
ରିପୋର୍ଟ : ଆକାଶ ମିଶ୍ର
