

ଭଞ୍ଜନଗର/ ଗାଙ୍ଗପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କେ.ନୂଆଗଡ଼ ଠାରେ ଚାଲିଥିବା ଏକ ଜୁଆ ଆଡା ଉପରେ କୌଣସି ସୂତ୍ରରୁ ଖବର ପାଇ ଗାଙ୍ଗପୁର ପୋଲିସ ଅତର୍କିତ ଭାବେ ଚଢ଼ାଉ କରି ୫ଜଣ ଜୁଆଡ଼ିଙ୍କୁ ଗିରଫ କରିଥିବା ଜଣାପଡିଛି । ଏଥିସହିତ ସେମାନଙ୍କ ଠାରୁ ନଗଦ ୧୦୧୦୦ ଟଙ୍କା ଓ ଗୋଟିଏ ମୋବାଇଲ ଜବତ କରାଯାଇଛି ବୋଲି ସୂଚନା ମିଳିଛି ।
ରିପୋର୍ଟ : ନିଲୁ ବିଷୋୟୀ