ଜୁନ ୨ରୁ ଭଞ୍ଜନଗରରୁ ଗଡିବ ବସ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ରାଜ୍ୟ ସରକାର ବସ ଚଳାଚଳ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ବିଭିନ୍ନ ସ୍ଥାନରେ ଆନୁଶାନିକ ବ୍ୟବସ୍ଥା ନଥିବାରୁ ବସ ଚଳାଚଳ ସ୍ୱାଭାବିକ ଭାବରେ ହୋଇ ପାରିନାହିଁ । ଭଞ୍ଜନଗରରୁ ବିଭିନ୍ନ ସ୍ଥାନକୁ ଜୁନ ୨ରୁ ସମସ୍ତ ଘରୋଇ ବସ ଚଳାଚଳ କରିବା ନେଇ ଘୁମୁସର ବସ ମାଲିକ ସଂଘ ଭଞ୍ଜନଗର ଶାଖା ପକ୍ଷରୁ ଗତକାଲି ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରଥମେ ଅଳ୍ପ କିଛି ବସ ଚାଲିବ ପର୍ଯ୍ୟାୟ କ୍ରମେ ଯାତ୍ରୀ ମାନଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ବସ ସଂଖ୍ୟା ବୃଦ୍ଧି କରାଯିବ । ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ସମସ୍ତ ବସକୁ ସାନିଟାଇଜ କରାଯିବ । ଯେଉଁ ଯାତ୍ରୀ ମାନେ କୋରନା ପାଇଁ ହୋଇଥିବା ସରକାରୀ ନିୟମ ପାଳନ କରିବେ ସେମାନେଙ୍କୁ ହିଁ ବସରେ ଯାତ୍ରା କରିବା ପାଇଁ ଅନୁମତି ମିଳିବ । ଫଳରେ ଯାତ୍ରୀ ମାନେ ସୁରକ୍ଷିତ ଓ ସୁବିଧାରେ ଯାତାୟାତ କରିପାରିବେ । ବସ ଗୁଡିକୁ ସାନିଟାଇଜ କରିବା ପାଇଁ ଆବଶ୍ୟକୀୟ ଜାଗା ଦରକାର ଥିବାରୁ ନୂତନ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସହ ସଂଘର କର୍ମକର୍ତ୍ତ ମାନେ ଆଗାମୀ ଦିନରେ ଆଲୋଚନା କରିବେ । ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ଗତକାଲି ଅନୁଷ୍ଠିତ ଏହି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ସଭାପତି ଗୋପବନ୍ଧୁ ମହାପାତ୍ର, ସମ୍ପାଦକ ବିପ୍ର ଚରଣ ବାରିକ, ସନ୍ତୋଷ ସ୍ୱାଇଁ, ଗୋବିନ୍ଦ ଚରଣ ବାରିକ, ଏ. ରେଣୁ ଗୋପାଳ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ନିଲୁ ବିଷୋୟୀ