

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜେଇଇ ନିଟ (JEE NEET) ପରୀକ୍ଷା ଦେବା ପାଇଁ ବାହାର ଜିଲ୍ଲାରୁ ଛାତ୍ରଛାତ୍ରୀମାନେ ଆସିଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କ ପାଇଁ ରହିବା, ଖାଇବା ଗମନା ଗମନର ସୁବ୍ୟବସ୍ଥା ଓଡିଶା ମୋ ପରିବାର ତରଫରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିବା ଜଣାପଡିଛି । ଏହାସହ ଗଞ୍ଜାମ ଜିଲ୍ଲାର ବିଜେଡି ସଭାପତି ଡ଼ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଉପସ୍ଥିତ ହୋଇ ଓଡିଶା ମୋ ପରିବାର ତରଫରୁ ଛାତ୍ରଛାତ୍ରୀମାନଙ୍କର ସୁବିଧା ଅସୁବିଧା ବୁଝି ପରୀକ୍ଷା ସେଣ୍ଟର ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ସେହିପରି ଛତ୍ରପୁର ନିର୍ବାଚନ ମଣ୍ଡଳୀର କିଛି ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ କିପରି ସୁବିଧା ପାଇବେ ଆଇ.ଟି.ଆଇ. ବ୍ରହ୍ମପୁର ପ୍ରିନ୍ସପାଲଙ୍କ ସହ ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଫୋନ କରି ସହଯୋଗ କରିଥିବା ଜଣାପଡିଛି ।
ରିପୋର୍ଟ : ଜିଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା