

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜିଠାରୁ ଜେଇଇ ପରୀକ୍ଷା ଆରମ୍ଭ । ଏହି ଅବସରରେ ନିଜ ଅଞ୍ଚଳରେ ପରୀକ୍ଷାର୍ଥୀମାନଙ୍କର ଯେମିତି କୌଣସି ଅସୁବିଧା ନ ହୁଏ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଓଡ଼ିଶା ମୋ ପରିବାର ତରଫରୁ ବିଧାୟକ ସୁଧୀର କୁମାର ସାମଲଙ୍କ ଉପସ୍ଥିତରେ ପରୀକ୍ଷାର୍ଥୀମାନଙ୍କୁ ଓ ଅବିଭାବକମାନଙ୍କୁ ଖାଦ୍ୟ, ପାଣି ଏବଂ ସାନିଟାଇଜର ବଣ୍ଟନ କରାଯାଇ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।