ଜେଏନୟୁ ଛାତ୍ର ଆନ୍ଦୋଳନ ସମର୍ଥନରେ ଓହ୍ଲାଇଲା କ୍ରାନ୍ତି ଯୁବଛାତ୍ର ସଂଘ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ସଂଧ୍ୟାରେ କ୍ରାନ୍ତି ଯୁବଛାତ୍ର ସଂଘ (KYSF) ପକ୍ଷରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ ‌ହୋଇଯାଇଛି । ଭାରତର ସବୁଠାରୁ ଚର୍ଚ୍ଚିତ ନାମି ବିଶ୍ୱବିଦ୍ୟାଳୟ ଜାବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୀର୍ଘ ଦିନ ହେଲା ବିଶ୍ୱବିଦ୍ୟାଳୟର ଅଗଣତାନ୍ତ୍ରିକ ଭାବେ ଫି ବୃଦ୍ଧିକୁ ନେଇ ଛାତ୍ର ମାନେ ଆନ୍ଦୋଳନରତ ଥିଲେ । ସେମାନଙ୍କର ନ୍ୟାୟ ପୂର୍ଣ୍ଣ ଦାବିକୁ ସରକାର ଅଣଦେଖା କରିବାରୁ ହଜାର ହଜାର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଥିଲେ । ରାତ୍ର ସମୟରେ ଶାନ୍ତି ପୂର୍ଣ୍ଣ ଛାତ୍ର ମାନେ ବସିଥିବା ବେଳେ ପୋଲିସ ପକ୍ଷରୁ ହଠାତ୍ ଅମାନୁଷିକ ଭାବରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଥିଲେ । କିଛି ଦିବ୍ୟାଙ୍ଗ ଛାତ୍ର ମାନେ ମଧ୍ୟ ପୋଲିସର ବର୍ବର ଆକ୍ରମଣରୁ ବାଦ ପଡ଼ିନଥିଲେ । ଗତକାଲି ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଶହ ଶହ ଅଧ୍ୟାପକ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆଜି ଛତ୍ରପୁରର କେଓ୍ବାଇଏସ୍ଏଫ୍ ର କର୍ମକର୍ତ୍ତାମାନେ ଜେଏନୟୁର ଛାତ୍ରଛାତ୍ରୀଙ୍କ ଫି ବୃଦ୍ଧି ବିରୁଦ୍ଧ ଆନ୍ଦୋଳନକୁ ସମର୍ଥନ ଜଣାଇ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପଥପ୍ରାନ୍ତ ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ସରକାରଙ୍କ ଦ୍ଵାରା ପୋଲିସର ବର୍ବର ଆକ୍ରମଣକୁ ନିନ୍ଦା କରି କ୍ଷୋଭ ପ୍ରକାଶ କରିଛନ୍ତି । ଆନ୍ଦୋଳନରେ ସଂଘର ସଭାପତି ଇଜୁ ଅମିନ ଖାନ ନିନ୍ଦା କରିବା ସହ ଆମେ ଜେଏନୟୁ ସମର୍ଥନରେ ଛିଡା ହୋଇଛୁ ଆଉ ଲଢେଇରେ ସାଥୀରେ ଅଛୁ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ଏହାସହ ଏ‌‌ହି ସଭାରେ ଛାତ୍ରନେତା ଦିବାକର ସେଠୀ, ରଶ୍ମି ରଞ୍ଜନ ମହାପାତ୍ର, ଅବିଷେକ ପଟ୍ଟନାୟକ, ରୁଦ୍ରଶ୍ବର ବେହେରା, କୃଷ୍ଣ ପ୍ରଧାନ, ସୁନିଲ କୁମାର ଗଉଡ, ଦିଲ୍ଲୀପ ମଣ୍ଡଳ, ମାନସ ଗୈଡ ଅକ୍ଷୟ ସେଠୀ ଓ ରଞ୍ଜିତ ସା‌ହୁ ପ୍ରମୁଖ ପ୍ରତିବାଦ ଜଣାଇଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା