

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା ଜେକେ କାଗଜ କଳ ପକ୍ଷରୁ ରାୟଗଡ଼ା ସ୍ଥିତ ପୁରୁଣା ସିଏଫଓ କାର୍ଯ୍ୟାଳୟ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ତଥା ସାମ୍ବାଦିକ ନୃସିଂହ ନାଥ ପାଢି ଏହି ଶିବିର ଉଦ୍ଘାଟନ କରିଥିଲେ । ଏଥିରେ ଜିଲ୍ଲାର ଅନେକ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ବିଶାଖପାଟଣା ସ୍ଥିତ କିମସ୍ ଆଇକନ୍ ହସ୍ପିଟାଲର ଇଏନଟି ବିଶେଷଜ୍ଞ ଡ. ନାଗରାଜୁ, ଅର୍ଥପେଡି ଡ. ରାଜୁ ବାବୁ, ନ୍ୟୁରୋଲଜିଷ୍ଟ ଡ଼. କିରଣ ବୁଦ୍ଧିରାଜ, ମେଡିସିନ ବିଶେଷଜ୍ଞ ଏସ୍ ପ୍ରକାଶ ଗୁପ୍ତା, କାଡିଓଲଜିଷ୍ଟ ଡ଼. ରାମା ରାଜୁ, କାଗଜ କଳ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୁନୀଲ କୁମାର ନାଥ, ହରିହର ଖମାରି ଓ ମିଲନ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଶିବିରରେ ପ୍ରାୟ ୭୦ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି ।
ରିପୋର୍ଟ : ତୁଷାର ରଂଜନ ସାହୁ
