



ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା ଜେକେପୁର ସ୍ଥିତ ଜେକେ କାଗଜ କଳର ପ୍ରତିଷ୍ଠାତା କମଲପତ ସିଙ୍ଘାନିଆଙ୍କ ଗତକାଲି ୧୩୪ତମ ଜନ୍ମ ଦିବସ ଜେକେ କାଗଜ କଳ ପରିସରରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ରାୟଗଡା ଏସପି ରାହୁଲ ପି.ଆର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିପି ପାତ୍ର ଅତିଥିଙ୍କୁ ସ୍ୱାଗତ କରିବା ପରେ କମଲପତଙ୍କ ପ୍ରତିମୂର୍ତ୍ତିରେ ଏସପି ରାହୁଲ ପି.ଆର, କାର୍ଯ୍ୟକାରୀ ସଭାପତି ପିକେ ସୁରୀ, କେ ଗୌରୀଶଙ୍କର, ବି ମଡକ.ଭିକେ ତିୱାରୀ, ଏସ ଦୁର୍ଗା, ସି ଆର ମହାନ୍ତି, କେ.ଶୁବା ପୁଷ୍ପମାଲ୍ୟ ଅର୍ପଣ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଅବସରରେ କାର୍ଯ୍ୟକାରୀ ସଭାପତି ଶ୍ରୀ ପିକେ ସୁରୀ ଜେକେ କାଗଜକଳର ସ୍ଥାପନର ଇତିହାସ, ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତ ବିଷୟରେ ପ୍ରକାଶ କରିବା ସହ ଆଗାମୀ ବର୍ଷ ଅଧିକରୁ ଅଧିକ ଲାଭ କରିବା ସକାଶେ କାରଖାନା ପ୍ରୟାସ କରିବ ବୋଲି ପ୍ରକାଶ କରିଛନ୍ତି । ଏସପି ରାହୁଲ ପି.ଆର ନିଜ ଅଭିଭାଷଣରେ କାରଖାନାର ଆଭିମୁଖ୍ୟକୁ ସ୍ୱାଗତ କରିବା ସହ କମ୍ପାନୀର ମାଲିକ ତଥା କମଲପତ ଯେଉଁ ସମୟରେ କମ୍ପାନୀ ଗଢିଥିଲେ ତାଙ୍କୁ ବହୁ ସଂଗ୍ରାମ କରିବାକୁ ପଡିଥିବ ଆଜିର ଦୁନିଆରେ ପ୍ରତିଯୋଗିତାମୂଳକ ହେବା ସହ ଶ୍ରମିକ ବଦଳରେ ଦିନକୁ ଦିନ ଯନ୍ତ୍ରପାତିର ବ୍ୟବହାର ବଢ଼ିଚାଲିଛି, ଯାହାଦ୍ୱାରା ହାତ ଗଣତି ଶ୍ରମିକରେ କମ୍ପାନୀ ମାନେ କାର୍ଯ୍ୟ ହାସଲ କରୁଛନ୍ତି । ତେଣୁ ଶ୍ରମିକଙ୍କ ଥାଇଥାନ ସକାଶେ ମଧ୍ୟ ବ୍ୟବସ୍ଥା ଆବଶ୍ୟକ ବୋଲି ପ୍ରକାଶ କରିଛନ୍ତି । ଏହି ଅବସରରେ ୪୦ବର୍ଷ ପୂରଣ କରିଥିବା ଦୁଇଜଣ କର୍ମଚାରୀ ଓ ୨୫ବର୍ଷ ପୂରଣ କରିଥିବା ୩୫ ଜଣ ଶ୍ରମିକକୁ ସମ୍ମାନିତ କରାଯାଇଛି । କାର୍ଯ୍ୟକ୍ରମ ଶେଷରେ ଏ କେ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଏହି ରଙ୍ଗୀନ ରଜନୀରେ ଲଷ୍ମୀପତ ସିଙ୍ଘାନିଆ ସ୍କୁଲର କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ




