ଜେକେ କାଗଜକଳ ଠିକା ଶ୍ରମିକଙ୍କ ଭୋଟ ବର୍ଜନ ନିଷ୍ପତ୍ତି…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲା ଜେକେପୁର ଜେକେକାଗଜ କଳରେ କାର୍ଯ୍ୟରତ ୪୫୦୦ ଠିକା ଶ୍ରମିକ ଆସନ୍ତା ସାଧାରଣ ନିର୍ବାଚନରେ ସାମୂହିକ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଇନ ଅନୁଯାୟୀ ପଞ୍ଜିକୃତ ଶ୍ରମିକ ସଙ୍ଗଠନ ଜେକେ ପେପର ମିଲ କଣ୍ଟ୍ରାକ୍ଟ ଶ୍ରମିକ ସଙ୍ଘ ଏନେଇ ରାୟଗଡ଼ା ଜିଲାପାଳଙ୍କୁ ଏକ ଚିଠି ଲେଖାଯାଇ ବିଭିନ୍ନ ଅସୁବିଧା ସମ୍ବନ୍ଧରେ ଜଣାଇ ଦିଆଯାଇଛି । ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ଏହି ଶ୍ରମିକ ସଂଗଠନକୁ ଜେକେ କାଗଜ କଳ କର୍ତ୍ତୃପକ୍ଷ ସ୍ୱୀକୃତି ନ ଦେଇ ସବୁବେଳେ ଅଣଦେଖା କରୁଛି । ଠିକା ଶ୍ରମିକଙ୍କ ଅଧିକାର ସୁରକ୍ଷା, ସମାଜିକ ସୁରକ୍ଷା ଓ ନ୍ୟାର୍ଯ୍ୟ ଦାବି ପୂରଣ ଦିଗରେ କମ୍ପାନୀ ବିଫଳ ହୋଇଛି ବୋଲି ଚିଠିରେ ଉଲ୍ଲେଖ ରହିଛି । ସ୍ଥାନୀୟ ଅଞ୍ଚଳର ନିର୍ବାଚିତ ପ୍ରତିନିଧି, ବିଧାୟକ ଓ ସାଂସଦମାନେ ଏହି ସମସ୍ୟା ଗୁଡିକର ସମାଧାନ ଦିଗରେ କୌଣସି ସହଯୋଗ କରୁନାହାନ୍ତି । ଶାସକ ଓ ବିରୋଧି ଦଳର ନେତାମାନେ କ୍ରମାଗତ ଭାବେ ଠିକା ଶ୍ରମିକଙ୍କ ସମସ୍ୟା ଓ ଦାବି ପୂରଣ ଦିଗରେ ଅବହେଳା ଓ ଅଣଦେଖା କରିଆସୁଛନ୍ତି । ଏହାର ପ୍ରତିବାଦରେ ସମସ୍ତ କାର୍ଯ୍ୟରତ ଠିକା ଶ୍ରମିକ ସାମୂହିକ ଭାବେ ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ତେଣୁବିଭିନ୍ନ ଦାବିନେଇ ସଂଘ ସଭାପତି ପେଦେଣ୍ଟି ସୀତାରାମ ଓ ସାଧାରଣ ସମ୍ପାଦକ ପେଦେଣ୍ଟି ରାମୁଲୁ ଓ ଅନ୍ୟ ସଦସ୍ୟ ମାନେ ବୁଧବାର ରାୟଗଡା ଶ୍ରମ ଆୟୁକ୍ତ ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ସହ ଆଲୋଚନା କରିଥିଲେ । ଏନେଇ ଶ୍ରମ ଆୟୁକ୍ତଙ୍କୁ ପଚରାଯିବା ଜେକେ କାଗଜକଳ ଏହିଠିକା ଶ୍ରମିକ ସଙ୍ଗଠନକୁ ସ୍ୱୀକୃତି ଦେଇନାହାନ୍ତି । ଶ୍ରମିକଙ୍କ ଅଧକାଂଶ ଦାବି ଜିଲ୍ଲା ପ୍ରଶାସନର ହସ୍ତକେ୍ଷପ ଫଳରେ ପୂରଣ ହୋଇଛି । ଶ୍ରମିକମାନଙ୍କ ଭୋଟ ବର୍ଜନ ନିଷ୍ପତ୍ତି ସହ ଶ୍ରମ ବିଭାଗର କୌଣସି ସମ୍ପର୍କ ନାହିଁ ବୋଲି ସେ କହଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ