

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜେଜେଜିଓ ଏକ ସାମାଜିକ ସଂଘଠିତ ସଂସ୍ଥା । ଏହି ସଂସ୍ଥାର ମୂଳ ଲକ୍ଷ ସମାଜ ସେବା । ଏହି ସଂସ୍ଥା ତରଫରୁ ସମାଜ ସେବା କରାଯାଉଅଛି । ଏହି କାର୍ଯ୍ୟକ୍ରମ ମାନସିକ ବିକୃତ ଲୋକ ଏବଂ ବିକଳାଙ୍ଗ, ଦିବ୍ୟାଙ୍ଗ ଓ ନିଜର କେହି ଆତ୍ମୀୟ ସ୍ଵଜନ ନଥିବା ଅସହାୟ, ନିରାଶୟ ଲୋକଙ୍କ ନିମନ୍ତେ ଉଦ୍ଧିଷ୍ଟ । କାର୍ଯ୍ୟକ୍ରମ ରେ ରାସ୍ତା କଡରେ ବର୍ଷ ବର୍ଷ ଧରି ପଡିରହିଥିବା ମାନସିକ ଭିନ୍ନକ୍ଷମ ଲୋକଙ୍କ ଦାଢ଼ି, ଚୁଟି, ନଖକୁ କାଟିବା ସହିତ ସେମାନଙ୍କୁ ଗାଧୋଇ ପାଧୋଇ ଦେଇ ନୂଆ ଡ୍ରେସ୍ ପିନ୍ଧାଇବା ସହ ସଭିଙ୍କୁ ପ୍ରାଥମିକ ଚିକିତ୍ସା କରାଯାଉ ଅଛି । ଏବଂ ଅସହାୟ, ନିରାଶ୍ରୟ ଲୋକଙ୍କୁ ଚପଲ, ଛତା, ପେଣ୍ଟ୍, ଶାର୍ଟ, ଲୁଙ୍ଗି, ଟାୱାଲ୍ ଦିଆଯିବ ସହ ସଭିଙ୍କୁ ଟିଫିନ୍ ରେ ଶୁଖିଲା ଖାଦ୍ୟ ସହ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଅଛି । ସାଧାରଣତଃ ବର୍ଷ ବର୍ଷ ଧରି ରାସ୍ତା କଡରେ ଧୂଳି ଧୁସର ହୋଇ ପଡି ରହୁଥିବା ଅସହାୟ ଲୋକମାନଙ୍କୁ ଅନେକ ଲୋକ ଘୃଣା ନଜରରେ ଦେଖନ୍ତି । ସେମାନଙ୍କ ମଇଳା ଲୁଗା, ଧୁସର ଦାଢୀ ଚୁଟିକୁ ଦେଖି କିଛି ଲୋକ ଦୂରେଇ ରୁହନ୍ତି ଓ କିଛି ପାଖକୁ ଆସିବା ମାତ୍ରେ ବାଡିରେ ପିଟିବା ସହ ଗାଳି ଗୁଳଜ କରନ୍ତି । ସେମାନେ ବି ଜଣେ ଜଣେ ମଣିଷ, ହଁ ପରିସ୍ଥିତିରେ କିମ୍ଭା ମାନସିକ ଚାପରେ ସେମାନେ ଆମଠାରୁ କିଛି ଅଲଗା କିନ୍ତୁ ସେମାନେ ବି ଜଣେ ଜଣେ ଆମପରି ମଣିଷ । ଏହି ଉଦ୍ଦେଶ୍ୟ ନଜରରେ ରଖି ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ପକ୍ଷରୁ ଏହି ସେବା କାର୍ଯ୍ୟକ୍ରମ । ସମସ୍ତ ସୋସିଆଲ ମିଡିଆର ହିତାଧିକାରୀ ବନ୍ଧୁ ଓ ପ୍ରିୟଜନମାନଙ୍କୁ ସାଦର ନିମନ୍ତ୍ରଣ କାର୍ଯ୍ୟକ୍ରମରେ ସାହାଯ୍ୟ ସୟଯୋଗ କରି ସାଫଲ୍ୟ ମଣ୍ଡିତ କରିବା ହେବେ । ଏହି କାର୍ଯ୍ୟକ୍ରମ ଓଡ଼ିଶାର କଟକ, ଭୁବନେଶ୍ଵର, ପୁରୀ, ବ୍ରହ୍ମ ପୁର, କେନ୍ଦ୍ରାପଡା, ଅନୁଗୋଳ, ଜଗତସିଂହପୁର, କଳାହାଣ୍ଡି, ବରଗଡ, ଢେଙ୍କାନାଳ, ଯାଜପୁରରେ ଆଗରୁ କରାଯାଇଅଛି ଏବଂ ପରବର୍ତ୍ତି ସମୟରେ ଏହି କାର୍ଯ୍ୟକ୍ରମ ଓଡିଶାର ଅନେକ ସ୍ଥାନରେ ଆୟୋଜିତ କରାଯିବ । କାର୍ଯ୍ୟକ୍ରମକୁ ଗ୍ରୁପ୍ ପ୍ରତିଷ୍ଠାତା ତଥା ମୁଖ୍ୟ ବ୍ୟବସ୍ଥାପକ ଶିବ ଶଙ୍କର ଦାଶ୍ ପରିଚାଳନା କରିଥିବା ବେଳେ ଗ୍ରୁପ୍ ଆଡ୍ମିନ୍/ସଦସ୍ୟ/ସଦସ୍ୟାମାନେ ହେଲେ ରାଜେନ୍ଦ୍ର କୁମାର ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





