ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ସାରା ଦେଶରେ ଚାଲିଛି ଜୋରଦାର ଚେକିଂ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରୁଛନ୍ତି ଆରଟିଓ ଏବଂ ଟ୍ରାଫିକ୍ ପୋଲିସ । ଆଉ ଜୋରିମାନା ଆଦାୟ କରିବାରେ ଦେଶର ୨୭ଟି ରାଜ୍ୟକୁ ପଛରେ ପକାଇ ୧ ନମ୍ବର ହୋଇଛି ଓଡିଶା । ନୂଆ ନିୟମ ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହୋଇଥିବା ବେଳେ ମାତ୍ର ୪ ଦିନ ଭିତରେ ଜୋରିମାନା ବାବଦରେ ଗାଡି ଚାଳକଙ୍କ ଠାରୁ ୮୮ ଲକ୍ଷ ୯୦ ହଜାର ୧୦୭ ଟଙ୍କା ଆଦାୟ କରିଛି ଓଡିିଶା । ସେପ୍ଟେମ୍ବର ୧ ତାରିଖରେ ନିୟମ ଉଲ୍ଲଂଘନ କରିଥିବା ୧୧୩୮ ଜଣ ଗାଡି ଚାଳକଙ୍କ ଚାଲାଣ କଟାଯାଇଥିଲା । ସେଥିରୁ ୧୯ ଲକ୍ଷ ୩୬ ହଜାର ୨୨୧ ଟଙ୍କା ଆଦାୟ ହୋଇଥିବା ବେଳେ ୧୫ଟି ଗାଡିକୁ ସିଜ୍ କରାଯାଇଥିଲା । ସେପ୍ଟେମ୍ବର ୨ ତାରିଖରେ ନିୟମ ଉଲ୍ଲଂଘନ କରିଥିବା ୪୯୯ ଜଣ ଗାଡି ଚାଳକଙ୍କ ଚାଲାଣ କଟାଯାଇଥିଲା । ସେଥି ମଧ୍ୟରେ ଜୋରିମାନା ବାବଦକୁ ୧୫ ଲକ୍ଷ ୪୬ ହଜାର ୫୪୮ ଟଙ୍କା ଆଦାୟ ହୋଇଥିବା ବେଳେ ୫ଟି ଗାଡି ସିଜ୍ କରାଯାଇଥିଲା । ସେପ୍ଟେମ୍ବର ୩ ତାରିଖରେ ନିୟମ ଉଲ୍ଲଂଘନ କରିଥିବା ୮୯୫ଜଣ ଗାଡି ଚାଳକଙ୍କ ଚାଲାଣ କଟାଯାଇଥିଲା । ଆଉ ସେଥି ମଧ୍ୟରେ ଜୋରିମାନା ବାବଦକୁ ୨୪ ଲକ୍ଷ ୪୧ ହଜାର ୩୭୫ ଟଙ୍କା ଆଦାୟ ହୋଇଥିବା ବେଳେ ମୋଟ୍ ୫ଟି ଗାଡି ସିଜ୍ କରାଯାଇଥିଲା । ସେପ୍ଟେମ୍ବର ୪ ତାରିଖରେ ନିୟମ ଉଲ୍ଲଂଘନ କରିଥିବା ୧୫୪୮ ଜଣ ଗାଡି ଚାଳକଙ୍କ ଚାଲାଣ କଟାଯାଇଥିଲା । ଆଉ ସେଥି ମଧ୍ୟରେ ଜୋରିମାନା ବାବଦକୁ ୨୯ଲକ୍ଷ ୬୫ ହଜାର ୯୬୩ ଟଙ୍କା ଆଦାୟ ହୋଇଥିବା ବେଳେ ମୋଟ୍ ୨୧ଟି ଗାଡି ସିଜ୍ କରାଯାଇଥିଲା । ନୂଆ ନିୟମ ଲାଗୁ ହେବାର ମ।।ତ୍ର ୪ ଦିନ ମଧ୍ୟରେ ନିୟମ ଉଲ୍ଲଂଘନ କରିଥିବା ୪୦୮୦ ଜଣ ଗାଡି ଚାଳକଙ୍କ ଚାଲାଣ କଟାଯାଇଥିବା ବେଳେ, ସେଥି ମଧ୍ୟରୁ ଜୋରିମାନା ବାବଦକୁ ମୋଟ୍ ୮୮ ଲକ୍ଷ ୯୦ ହଜାର ୧୦୭ ଟଙ୍କା ଆଦାୟ ହୋଇଛି । ଏବଂ ମୋଟ୍ ୪୬ଟି ଗାଡିକୁ ସିଜ୍ କରାଯାଇଛି । ନୂଆ ନିୟମ ଲାଗୁ ହେବା ପରେ ଏବେେ ଗାଡି ଚାଳକଙ୍କ ମନରେ କୋକୁଆ ଭୟ ଖେଳିଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା