






ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା )ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଭିନ୍ନ ସାହିମାନଙ୍କରେ ଖାଦ୍ୟ ଦ୍ରବ୍ୟ ତଥା ଵିସ୍କେଟ, ଓ ପାନୀୟ ଜଳ , ଜୟ ଅଫ ଗିଭିଂ ସଂସ୍ଥା ର ମୁଖ୍ୟ ଶ୍ରୀ ନିହାର ପଣ୍ଡାଙ୍କ ନେତୃତ୍ୱରେ ବଣ୍ଟାଯାଇଥିଲା । ଯେହେତୁ ବର୍ତମାନ କରୋନା ପ୍ରବାହରେ ଲକ-ଡାଉନ ହୋଇଥିବାରୁ ଗରିବ ଖଟିଖିଆ ,ମାନଙ୍କୁ ଖାଦ୍ୟ ବଣ୍ଟା ଯାଇଥିଲା। ସେହିଭଳି ସନ୍ଧ୍ୟା ସମୟରେ ପୋଲିସ କର୍ମଚାରୀ ମାନଙ୍କୁ ମଧ୍ୟ ବିଜେଡି ନଗର ସଭାପତି ସୂର୍ଯ୍ୟ ନାରାୟଣ ରାଜୁଗୁରୁ ନେତୃତ୍ୱରେ କିଛି ଖାଦ୍ୟ ଓ ପାନୀୟ ଜଳ ବଣ୍ଟାଯାଇଥିଲା, ପୋଲିସ କର୍ମଚାରୀ ମାନଙ୍କ କରୋନା ମୁକାବିଲା ପାଇଁ ଦିନରାତି ଏକ କରି ଜୀବନକୁ ବାଜି ଲଗାଇ ଘରପରିବାର କୁ ଭୁଲି ଦେଶ ମାତୃକାର ସେବା ରେ କର୍ତବ୍ୟରତ ପୋଲିସ ଭାଇ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲାସଭାପତି ବସନ୍ତ ଦାସ,ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ମହିଳା ସଭାନେତ୍ରୀ ସଂଯୁକ୍ତା ବେହେରା,ରାଜେନ୍ଦ୍ର ବେହେରା, ପ୍ରଦୀପ ବୁଜି,ବାବୁଲା ବେହେରା, ଯୁବ ବିଜେଡ଼ି ସଭାପତି ସାସନମ ଲିଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା