ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ଚାରିଟେବୁଲ୍ ଟ୍ରଷ୍ଟ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବ୍ଲଡ଼ ବ୍ୟାଙ୍କରେ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ଚାରିଟେବୁଲ୍ ଟ୍ରଷ୍ଟ୍ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାମାରୀ କରୋନା ଭୁତାଣୁ ସଂକ୍ରମଣ ପାଇଁ ଦେଶ ବ୍ୟାପି ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ଭଳି ପରିସ୍ଥିତିରେ ସାମାଜିକ ଦୁରତାକୁ ଗୁରୁତ୍ୱର ଦିଆଯାଉଥିବାରୁ କେହି ମଧ୍ୟ ରକ୍ତଦାନ କରୁ ନାହାନ୍ତି । ଯାହା ଫଳରେ ବ୍ଲଡ଼ର ବହୁ ଅଭାବ ଦେଖିଦେଇଛି ଏବଂ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଭଳି ଘଡିଶନ୍ଧି ମୁହୂର୍ତ୍ତରେ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶାର ସ୍ୱେଚ୍ଛାସେବୀ ଭାଇ ଭଉଣୀମାନେ ନିଜେ ସୁରକ୍ଷିତରେ ଓ ସାମାଜିକ ଦୂରତା ବଜାଇ ରଖିବା ସହ ରକ୍ତଦାନ କରିବା ପାଇଁ ଆଗେଇ ଆସିଛନ୍ତି ଏବଂ ପ୍ରତ୍ୟେକ ୪ ଦିନକୁ ଥରେ ୮ ଜଣ ସଦସ୍ୟ ସଦସ୍ୟା ରକ୍ତଦାନ କରିବେ ଗୋଟେ ମାସ ପର୍ଯ୍ୟନ୍ତ ବୋଲି କୁହାଯାଇଛି । ଆଜି ବ୍ରହ୍ମପୁର ଏମକେସିଜି ବ୍ଲଡ଼ ବ୍ୟାଙ୍କରେ ଗ୍ରୁପ୍ ପ୍ରତିଷ୍ଠାତା ଶିବ ଶଙ୍କର ଦାଶ୍, ସଭାପତି ରଞ୍ଜନା ମିଶ୍ର, ସୁଧାଂଶୁ ପ୍ରଧାନ, ଜିତେନ୍ଦ୍ର ଦାଶ୍, ଶିବ ଶଙ୍କର ପାଣିଗ୍ରାହୀ, ତନୁଶ୍ରୀ ନାହକ, ଶଚିନ୍ କୁମାର ସାହୁ, ବିଷ୍ଣୁପ୍ରିୟା ପାଢ଼ୀ ଅଂଶ ଗ୍ରହଣ କରି ରକ୍ତଦାନ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା