
ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଲକର ଜୟଚଣ୍ଡି ଉଚ୍ଚ ବିଦ୍ୟାଳୟ, ଚୋରମରାରେ ଦୀର୍ଘ ଦିନ ଧରି ପ୍ରଧାନ ଶିକ୍ଷକ ନ ଥିବାରୁ ଭାରପ୍ରାପ୍ତ ଶିକ୍ଷକ ବିଦ୍ୟାଳୟ ଚଳାଇ ଆସୁଥିଲେ । ଆଜି ପୂର୍ବାହ୍ନରେ ଉକ୍ତ ବିଦ୍ୟାଳୟରେ ପହଞ୍ଚି ନୂତନ ପ୍ରଧାନ ଶିକ୍ଷୟତ୍ରି ଭାବେ ଶ୍ରୀମତୀ ପ୍ରୀତିଲତା ସୋରେନ ଯୋଗଦାନ କରିଛନ୍ତି । ଯୋଗଦାନ ସମୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରମୋଦ କୁମାର ସାହୁଙ୍କ ସହିତ କିରଣ କୁମାର ମହାନ୍ତି ଉପସ୍ଥିତ ହୋଇ ନୂତନ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୋରେନଙ୍କୁ ପୁଷ୍ପଗୋଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଓ ବିଦ୍ୟାଳୟର ସହକାରୀ ଶିକ୍ଷକ ରାଜା ସିଂ, କୃପାସିନ୍ଧୁ ହାଜିରା, ସପନ କୁମାର ମଲ୍ଲିକ, ଚୈତନ୍ୟ ହେମ୍ବ୍ରମ, ସୁଦାମ ଚରଣ ନାୟକ, ଏବଂ ପ୍ରଦୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକଙ୍କ ଯୋଗଦାନ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ,ପରିଚାଳନା କମିଟି ଓ ଅଭିଭାବକ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।
ରିପୋର୍ଟ : ଭୂପତି ପରିଡା
