

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜୟ ଦୁର୍ଗା ନଗର ଗଣେଶ ପୂଜା କମିଟିର ଗଣେଶ ପୂଜାର ଦ୍ଵିତୀୟ ସନ୍ଧ୍ୟାରେ ରଙ୍ଗ ତରଙ୍ଗ ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର କଳାକାର ଓ କୁନି କୁନି ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସୂର୍ଯ୍ୟ ପାତ୍ର । କମିଟି ପକ୍ଷରୁ ଯୋଗ ଦେଇଥିଲେ ଆମ ପ୍ରତିନିଧି ନିମାଇଁ ଚରଣ ପଣ୍ଡା । ତାଙ୍କୁ କମିଟିର ସଭାପତି ସମ ପ୍ରସାଦ ପାଢୀ ସମ୍ବର୍ଦ୍ଧନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ ପ୍ରସାଦ ପାଢୀ, ପ୍ରମୋଦ ସାହୁ, ଦିଲୀପ କୁମାର ପାଢ଼ୀ, ସୁଜିତ କୁମାର ପାଢ଼ୀ, ବଦ୍ରିକା ପ୍ରସାଦ ପାଢ଼ୀ, କୁନା ବେହେରା, ନୀଳ ମାଧବ ଜେନା, ରଘୁନାଥ ପଟ୍ଟନାୟକ, ସୋନୁ, କାହ୍ନ।, ହିମାଂଶୁ, ମୁକେଶ, ବାବୁଲା, ଅମନ, ଜତୀନ ଓ ଭରତ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





