ଭଞ୍ଜନଗର/ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) ଗଞ୍ଜାମ ଜଗନ୍ନାଥ ପ୍ରସାଦ ବ୍ଲକ କୁଶାପଲ୍ଲୀ ଗ୍ରାମରେ ଝାଡାବାନ୍ତିରେ ଅନେକ ଆକ୍ରାନ୍ତ ହେବା ପରେ ଏବେ ଏ ନେଇ ଚିନ୍ତାରେ ପ୍ରଶାସନ । ଗ୍ରାମରେ ଦୀର୍ଘ ଦିନ ଧରି ଶୁଦ୍ଧ ପାନୀୟ ଜଳ ପାଇବାରୁରୁ ବଂଚିତ ଥିବାରୁ ବାରମ୍ବାର ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇ ଥିଲେ ମଧ୍ୟ୍ୟ କୌଣସି ଦୃଷ୍ଟି ଦିଆଯାଇ ନଥିଲା । ଯାହା ଫଳରେ ଆଜି ଜଣେ ଗର୍ଭବତୀ ମହିଳା ଓ କୁନି ଛୁଆକୁ ମିଶାଇ ୩୦ରୁ ଉର୍ଦ୍ଧ ମହିଳା ପୁରୁଷ ଲୋକ ଗ୍ରାମରେ ଝାଡା ବାନ୍ତିରେ ଆକ୍ରନ୍ତ ହୋଇଛନ୍ତି । ପ୍ରାପ୍ତ ସୂଚନା ମୁତାବକ ଗ୍ରାମ ମଧ୍ୟରେ ଥିବା କୂଅରୁ ପାଣି ବ୍ୟବହାର କରି ଏହି ସମସ୍ୟା ମାନ ଉପୁଜିଛି । ଖବର ବ୍ୟାପିବା ପରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦାଶ କିରଣ କୁମାରଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ହେଲଥ ମୋବାଇଲ ଟିମ ବିଭାଗ ଗ୍ରାମରେ ପହଂଚି ପରିସ୍ଥିତିକୁ ଅନୁଧ୍ୟାନ କରି ଗ୍ରାମରେ ରୋଗୀଙ୍କୁ ଚିକିତ୍ସା କରାଇଥିଲେ ଓ ଦାଣ୍ଡ ମଝିରେ ଥିବା କୂଅକୁ ବ୍ଲିଚିଙ୍ଗ ପାଉଡରରେ ବିଶୋଧନ କରାଇ ଫେରିଥିଲେ । କିନ୍ତୁ ପୁଣି ପରିସ୍ଥିତି ସୁଧାର ନ ଆସିବାରୁ ବ୍ଲକ ପ୍ରଶାସନ ଓ ମେଡିକାଲ ସହଯୋଗରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା ଚାଲିଛି l ସ୍ଥାନୀୟ ବିଡିଓ ସୁରେଶ ଚନ୍ଦ୍ର ପଣ୍ଡା ଆସି ରୋଗୀଙ୍କ ସହ ଆଲୋଚନା କରିଛନ୍ତି । ଡାକ୍ତରୀ ଦଳ ଓ ସ୍ଥାନୀୟ ହେଲଥ ୱାର୍କରଙ୍କୁ ଏଥିପ୍ରତି ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଛନ୍ତି ।
ରିପୋର୍ଟ : ନିଲୁ ବିଷୋୟୀ