ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ତଥା ରବିବାର ଦିନ ବ୍ରହ୍ମପୁର ମହାନଗର ନିଳକଣ୍ଠ ନଗରରେ ଅବସ୍ଥିତ ଝାମୀ ମନ୍ଦିରର ମଣ୍ଡପରେ ମନ୍ଦିରର ଉନ୍ନୟନ କମିଟି ଗଠିତ ହୋଇଯାଇଛି । ଝାମୀ ମନ୍ଦିର ସର୍ବ ପୁରାତନ ଓ ପ୍ରାଚୀନ ମନ୍ଦିର ମଧ୍ୟରେ ଅନ୍ୟତମ । ଏହି ଝାମୀ ଯାତ୍ରା ବ୍ରିଟିଶ ଅମଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ହୋଇ ଆସୁଅଛି । ଏଥିରେ ସର୍ବ ସମ୍ମତି କ୍ରମେ ମନ୍ଦିର ଟ୍ରଷ୍ଟି ନଳମଣି ପୃଷ୍ଠିଙ୍କ ଆବାହକରେ ସଭାପତି ରୂପେ ବରିଷ୍ଠ ଆଇନଜିବି ସୁଧାଂଶୁ ଶେଖର ପଣ୍ଡା, କାର୍ଯ୍ୟକାରୀ ସଭାପତି ବରିଷ୍ଠ ଆଇନଜିବି ପ୍ରଫୁଲ ଜଗନ୍ନାଥ ପାଢୀ, ଉପ ସଭାପତି ଭାବରେ ଅନିଲ ଚୌଧୁରୀ, ଚନ୍ଦ୍ର ଶେଖର ଗୌଡ, ମଳୟ ବିଷୋୟୀ , ଉଜ୍ଵଳ ପାଢୀ ଓ ସାଧାରଣ ସଂପାଦକ ଭାବେ ସୁରେଶ କୁମାର ସାହୁ ସେହିପରି ସଂପାଦକ ଭାବେ ଗୌରାଙ୍ଗ ଚୌଧୁରୀ, ଭୃନନ୍ଦନ କୃଷି ବିଶାରଦ, ସନ୍ୟାସୀ ଗୌଡ,ଅଜିତ କୁମାର ପଣ୍ଡା ଓ ସହ ସଂପାଦକ ରୂପେ ଅସିତ ସାବତ, ସୂର୍ଯ୍ୟ କାନ୍ତ ସୁବୁଦ୍ଧି, କୈଳାଶ ଘଡେଇ, ବି ଦୂରଗା ରାଓ ଓ କଷାଧକ୍ଷ ଭାବେ କୃଷ୍ଣ ଚନ୍ଦ୍ର ସାହୁ ମନନିତ ହୋଇଥିବା ବେଳେ ପ୍ରଚାର ପ୍ରସାର କମିଟିର ଅଧ୍ୟକ୍ଷ ଭାବେ ସନତ ପଣ୍ଡା ଓ ଲୋକ ସଂପର୍କ ଅଧିକାରୀ ଭାବରେ ସୁଦିପ ସାହୁ ମନନିତ ହୋଇଥିଲେ । ଏହା ସହ ଆଇନ ପରାମର୍ଶଦାତା କମିଟି ଉପଦେଷ୍ଟା ମଣ୍ଡଳୀ ଓ କାର୍ଯ୍ୟକାରୀ ପରିଷଦ ଗଠନ କରାଯାଇଥିଲା । ଏହି ସଭାରେ ରଂଜିତ ପଶୁପାଳକ, ବସନ୍ତ ସାବତ, ଅନିଲ ପାଢୀ, ଉମା ପାଣିଗ୍ରାହୀ, ଅଜୟ ସାହୁ, ଶିବ ପ୍ରସାଦ ସାହୁ, ରାଜୁ ମୃଦୁଙ୍ଗିଆ, ନବ କିଶୋର ମହାପାତ୍ର, ଜି ବାଲାଜି, ଯୁବ ନେତା ପ୍ରଭାତ କୁମାର ସାହୁ, ଦୂରଗା ମାଧବ ସୁବୁଦ୍ଧି, ସମାଜସେବୀ ନାରୟଣ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ମନ୍ତନର ସାମ୍ବାଦିକ ଆଶୁତୋଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା