ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକର ଷଡ଼ଶୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଝାରଦା ଗ୍ରାମର ଦେଶକୋଠ ଘରେ ମା ମହାଲକ୍ଷ୍ମୀଙ୍କର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ମହାଲକ୍ଷ୍ମୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ମହାଲକ୍ଷ୍ମୀ ପୂଜା ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ନାଟକ ପରିବେଷଣ ଓ ସମ୍ବର୍ଦ୍ଧନା ସଭା ପୂଜା କମିଟିର ସଭାପତି ନିର୍ମଳ ଚନ୍ଦ୍ର ବିହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କେ ଦଣ୍ଡଧର ସାହୁ, ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ସମାଜସେବୀ କୈଳାସ ଚନ୍ଦ୍ର ପୃଷ୍ଟି, ପ୍ରାକ୍ତନ ସରପଞ୍ଚ ଗୋବର୍ଦ୍ଧନ ନାୟକ ଓ ଝାରଦା ଗ୍ରାମର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ଉପସ୍ଥିତ ହୋଇ ଉଦବୋଧନ ଦେଇଥିଲେ । ବରିଷ୍ଟ ଅତିଥିଙ୍କ ଉପସ୍ଥିତରେ ମୁଖ୍ୟ ଅତିଥି ଶ୍ରୀ ସାହୁ ମଂଚ ଉଦଘାଟନ କରିବା ସହିତ ପୂଜା କମିଟିର ପ୍ରତିଷ୍ଠାତା ସଦସ୍ୟ ହୃଷିକେଶ ସାହୁ, ନୃସିହ ଚରଣ ନାୟକଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପୂଜା କମିଟି ତରଫରୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ରଚିତ ନାଟକ ”କେମିତି କହିବି ଏମିତି କଥା” ମଞ୍ଚସ୍ଥ ହୋଇଥିଲା । ଏହାକୁ ପ୍ରଶାନ୍ତ କୁମାର ଦତ୍ତ ଓ ଗୋବର୍ଦ୍ଧନ ନାୟକ ନିର୍ଦ୍ଦେଶନା ଦେଇଥିଲେ । କମିଟିର ସମ୍ପାଦକ ”କାଇନ” ଓ ପୂଜା କମିଟିର ବରିଷ୍ଠ ସଦସ୍ୟ କାର୍ତ୍ତିକ ଗୁରୁ ନାଟକର ଦାୟିତ୍ୱ ବୁଝିଥିବା ବେଳେ ଜୟ ଜଗନ୍ନାଥ ଯୁବ କ୍ଲବର କିଶୋର କଳାକାର ମାନେ ଭାଗ ନେଇଥିଲେ ।ନାଟକ ୧୯ ତାରିଖ ଗ୍ରାମରେ ମଞ୍ଚସ୍ଥ ହୋଇଥିବା ବେଳେ ଭସାଣି ୨୦ ତାରିଖ ଦିନ ସନ୍ଧ୍ୟାରେ କରାଯାଇଥିଲା । ଅଖା ପାଖ ଅଞ୍ଚଳର ପ୍ରାୟ ଏକ ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ହୋଇଥିଲେ । ବିନାୟକ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦତ୍ତଙ୍କ ବଳିଷ୍ଠ ପ୍ରେରଣା ନାଟକକୁ ଆଗେଇ ନେଇଥିଲେ ବୋଲି ଦେଓଗାଁ ପ୍ରଧାନ ଶିକ୍ଷକ ହରିହର ସାହୁ ଜଣାଇଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି