ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ଧାନ ସିମୁଳିଆ ଗ୍ରାମର ଶଶାଙ୍କ ଶେଖର ଦାସ ଅଧିକାରୀଙ୍କ ପୁତ୍ର ବିଜୟ କୃଷ୍ଣ ଦାସ ଅଧିକାରୀ (୫୫) ଗତକାଲି ସଂଧ୍ୟାରେ ନିଜ ଘର ନିକଟରେ ଥିବା ଗଛରେ ଫାଶୀ ହୋଇ ଆତ୍ମହତ୍ୟା କରିଛନ୍ତି । ସେ ସ୍ଥାନୀୟ ଧାନସିମୁଳିଆ ଡାକଘର କାର୍ଯ୍ୟାଳୟରେ ମେଲ ଡେଲିଭାରି ରୂପେ କାର୍ଯ୍ୟ କରୁଥିଲେ । ଘଟଣାରୁ ପ୍ରକାଶ ସେ ମଧ୍ୟସ୍ଥି ରୂପେ କେତେ ଜଣ ଲୋକଙ୍କ ଠାରୁ ଟଙ୍କା କରଜ କରିଥିଲେ । କରଜ ଟଙ୍କା ନ ଶୁଝିପାରିବାରୁ ସେମାନେ ତାଙ୍କୁ ବାରମ୍ବାର ଧମକ୍ ଚମକ୍ ଦେଉଥିଲେ । ଏପରିକି ଗତକାଲି ସଂଧ୍ୟାରେ ତାଙ୍କ ଘରେ ପହଞ୍ଚି ଏକ କୋଠରୀରେ ବନ୍ଦ କରି ବିଭିନ୍ନ ଅଶାଳୀନ ଭାଷା ପ୍ରୟୋଗ କରିବା ସହ ଧମକ୍ ଚମକ୍ ଓ ମାରଧର ମଧ୍ୟ କରିଥିଲେ । ଫଳରେ ସେ ନିଜର ମାନସିକ ଭାରସାମ୍ୟ ହରାଇ ବିଜୟ ଆତ୍ମହତ୍ୟା କରିଛି ବୋଲି ତାଙ୍କ ଶବ ନିକଟରେ ଏକ ସୁଇସାଇଡ୍ ନୋଟ୍ ରୁ ସ୍ପଷ୍ଟ ହୋଇଛି । ଘଟଣା ସଂପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ୩୧/୧୯ ମୂଳେ ରୁଜୁ କରାଯାଇ ତଦନ୍ତ ଚାଲିଛି ।
ରିପୋର୍ଟ : ଭୂପତି କୁମାର ପରିଡା