ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଟାଉନ୍ ହାଇସ୍କୁଲର ଜଣେ ଛାତ୍ରର ମୃତ୍ୟୁକୁ ନେଇ ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଳମ୍ବନ ଓ ବଦଳୀ କରାଯିବା ପ୍ରତିବାଦରେ ବିଦ୍ୟାଳୟର ଛାର୍ତଛାତ୍ରୀ, ଅଭିଭାବକ ଅଭିଭାବିକା ବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଓ ପରେ ରାସ୍ତା ଅବରୋଧ ହୋଇଥିଲା । ଏଥିରେ ଜିଲା ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀମାନେ ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କୁ ଭେଟିବାକୁ କୁହାଯାଇଥିଲେ ମଧ୍ୟ ବିଭିନ୍ନ କାରଣରୁ ଅଭିଭାବକମାନେ ସାକ୍ଷାତ କରିପାରିନଥିଲେ । ଆଜି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଶାନ୍ତ କୁମାର ଦାସ, ଅଭିଭାବକ ଗୌରଚନ୍ଦ୍ର ପାଳ ଓ ବିନ୍ଦୁ ନନ୍ଦୀ, ବରିଷ୍ଠ ଆଇନ୍ଜିବୀ ଅନିଲ କୁମାର ପରିଡା, ବାର୍ ସଭାପତି କୁଂଜ ବିହାରୀ ଦାସ, ସଂପାଦକ ଦେବକାନ୍ତ କାସ୍ତା, ଗିରିଜା ଶଂକର ଦାସ, ସମାଜସେବୀ ସମୀର ପାତ୍ର ପ୍ରମୁଖ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ସହିତ ସାକ୍ଷାତ କରିଥିଲେ । ଜିଲାପାଳ ଅଭିଯୋଗ ପତ୍ର ରଖିବା ସହିତ ଜିଲାଶିକ୍ଷାଧିକାରୀ ସହିତ ସାକ୍ଷାଲ ଲାଗି ପରାମର୍ଶ ଦେଇଥିଲେ । ପରେ ଉପରୋକ୍ତ କମିଟି ଜିଲାଶିକ୍ଷାଧିକାରୀଙ୍କ ସହିତ ଆଲୋଚନା କରି ଅତିଶୀଘ୍ର ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଥିଲେ । ଡିଇଓଙ୍କ ନିର୍ଦ୍ଦେଶନାମାନେ କେତେକ ତ୍ରୁଟି ରହିଥିବା ଓ ମ୍ୟାଟ୍ରିକ ପରୀକ୍ଷାବେଳେ ଗଣିତ ପଢାଉଥିବା ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳୀ କରିବା ସଂପର୍କରେ ଯାଇଥିବା କମିଟି ଗୁରୁ ତ୍ୱଆରୋପ କରିଥିଲେ । ଅଳ୍ପଦିନ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ଜିଲାଶିକ୍ଷାଧିକାରୀ କହିଥିବା କଥା ଆଇନ୍ଜିବୀ ଅନିଲା କୁମାର ପରିଡା ପ୍ରକାଶ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା