ଟାଉନ୍ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନର ମନିଟରିଂ ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସରକାର ମୋ ସ୍କୁଲ ଅଭିଯାନରେ ବିଦ୍ୟାଳୟ ଗୁଡିକର ମାନ ବୃଦ୍ଧି କରିବାପାଇଁ ଅଭିଭାବକ, ପୁରାତନ ଛାତ୍ର ମାନଙ୍କୁ ସଂଶ୍ଳିଷ୍ଟ କରାଯିବାର ଅଭିଯାନ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲାର ଜଳେଶ୍ୱର ମ୍ୟୁନିସିପାଲଟିରେ ଥିବା ଟାଉନ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ପୂର୍ବାହ୍ନରେ ଏକ ମନିଟରିଂ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବାଲେଶ୍ୱର ବିଇଓ ରଂଜନ କୁମାର ଗିରି ଓ ଜିଲା କୋଡିନେଟର ସନ୍ଦିପ ଖଟୁଆଙ୍କ ନିର୍ଦ୍ଦେଶରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ଜଣାଯାଇଛି । ଏହି ବୈଠକରେ ବ୍ଲକ କୋଡିନେଟର ହରେନ୍ଦ୍ର ମହନ୍ତ, ଡ. ଅଜିତ୍ ମହାନ୍ତି, ବଂଶୀଧର ବାରିକ, ହାରାଧନ ମହାନ୍ତି, ବିଜୟ କୁମାର ଦାସ, ଗୌରୀଶଂକର ପରିଡା, ସୁକୁମାର ରଣା, ଅଶ୍ୱନି ନାଥ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ସମସ୍ୟା ଓ ଶିକ୍ଷାଦାନ ସଂପର୍କରେ ଆଲୋଚନା ହୋଇଥିଲା ।