ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁରରେ ଟାଟା ପାୱାରର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଟାଟା ବିଜୁଳି ବିତରଣ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଗଞ୍ଜମ ଜିଲ୍ଲା ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଥିଲା । ଚଳିତ ବର୍ଷ ପହିଲାରୁ ରାଜ୍ୟ ସରକାର ଟାଟା କମ୍ପାନୀକୁ ଓଡିଶାରେ ବିଦ୍ୟୁତ ଯୋଗାଣ ପାଇଁ ଦାୟିତ୍ଵ ଦେଇଥିଲେ । ଟାଟା କମ୍ପାନୀ ବିଦ୍ୟୁତ ବଣ୍ଟନ କରିବା ଆଳରେ ଗ୍ରାହକମାନଙ୍କୁ ଶୋଷଣ କରୁଛି ବୋଲି ଜିଲ୍ଲା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । କୋରନା କାଳରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିବା ବେଳେ ବିଦ୍ୟୁତ ଦର ଅହେତୁକ ବୃଦ୍ଧି ହେବା ଅନ୍ତେତ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା । ରାଜ୍ୟରେ ବିଦ୍ୟୁତ ଦର ୟୁନିଟ ପିଛା ୬ଟଙ୍କା କରାଯାଇଛି ଯାହା କି ସାରା ଦେଶରେ ଓଡିଶାର ବିଦ୍ୟୁତ ଦର ସବୁଠାରୁ ଅଧିକ । ଗୁଜରାଟ ଭଳି ପ୍ରଗତିଶିଳ ରାଜ୍ୟରେ ଦର ୪ ଟଙ୍କା ରହିଥିବା ବେଳେ ବିଦ୍ୟୁତ ବିକ୍ରି କରୁଥିବା ରାଜ୍ୟରେ କିପରି ଆହେତୁକ ବୃଦ୍ଧି କରାଯାଉଛି, ଏହା ରାଜ୍ୟ ସରକାରଙ୍କ କମ୍ପାନୀ ପ୍ରୀତି ବୋଲି ବିଜେପିର ବରିଷ୍ଠ ନେତାମାନେ କହିଛନ୍ତି । ଅଘୋଷିତ ବିଜୁଳି କାଟକୁ ବନ୍ଦ କରି ସଂପୂର୍ଣ୍ଣ ରାଜ୍ୟକୁ ୨୪ ଘଂଟିଆ ବିଜୁଳି ଯୋଗାଇ ଦିଆଯାଉ ବୋଲି ଦାବି ହୋଇଛି । କୋରନା ମହାମାରୀ ସମୟରେ ସରକାର ଜନସାଧାରଣଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଲୋକମାନଙ୍କ ଠାରୁ ଅନୈତିକ ଉପାୟରେ ଅର୍ଥ ଲୁଟୁଛି ବୋଲି ରାଜ୍ୟ ସରକାରଙ୍କୁ ଆକ୍ଷେପ କରିଛନ୍ତି ବିରୋଧୀ । ଏହି ଗଣଧାରଣା କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଉପ ସଭାପତି ଭୃଗୁବକ୍ସି ପାତ୍ର, ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା, ଜିଲ୍ଲା ବିଜେପିର ପୂର୍ବତନ ସଭାପତି କାହ୍ନୁ ଚରଣ ପତି, ଏଲ୍ ମୋହନ ଦାସ, ନମିତା ରାଣୀ ପଣ୍ଡା, ସୁବାଷିନୀ ପଟ୍ଟନାୟକ, ପ୍ରଭାତ କିରଣ ଷଢଙ୍ଗୀ, ଗଙ୍ଗାଧର ଶତପଥୀ, ରାଜେଶ ସାହୁ, ମନୋଜ ପଟ୍ଟନାୟକ, ରାମ ପାତ୍ର, ମୁନ୍ନା ସାମନ୍ତରା, ପ୍ରଦୀପ ଶତପଥୀ, ଶରତ ସାହୁ, ଦ୍ୟାନସାମନ୍ତରା, ସୁଶିଳା ମଲ୍ଲିକ, କେ. ଟୁଙ୍ଗୁରୁ ପାତ୍ର, ସୁରେଶ ସାହୁ, ବିଜୟ ଗୋପାଳ, ସନ୍ତୋଷ ପାଣିଗ୍ରାହୀ, ସରୋଜ ପାତ୍ର, ବିଜୟ ସାହୁ, ସତ୍ୟ ବସନ୍ତିଆ, ଶିବ ନାୟକ, ଅମୁଲ୍ୟ ଚୈଧୁରୀ, ସୁନିଲ୍ ସାହୁ, ରାଜୀବ କୁମାର ମିଶ୍ର, ଶିବ ପ୍ରସାଦ ପାତ୍ର, କିରଣ ସାହୁ, ସରୋଜ ଦାସ, ଡ. ସୁବାଷ ସାହୁ, ନିଳାଂଚଳ ପଣ୍ଡା, ଶିବ ଅଧିକାରୀ, ମଧୁସୁଦନ ସାହୁ, ଭିମ ସେନ୍ ବେହେରା, ରେଣୁକେଶ୍ୱର ରାଓ, ଶିବ ପାତ୍ର, ସନତ ନାୟକ, ସୁନିଲ୍ ପାତ୍ର, ଅହିଂଶା ସାହୁ, ବିଷ୍ନୁ ସୁବୁଦ୍ଧି, ପ୍ରବୀର ପାତ, ସନ୍ତୋଷ ସାହୁ, ମାଲି ସାହୁ, ଅଜିତ ପାତ୍ର, ବିକେଶ ପାଣିଗ୍ରାହୀ, ଜଗଦୀସ ପ୍ରଧାନ ଶିଵ ନାୟକ, ସୁମିତ ପାତ୍ରଙ୍କ ସମେତ ଜିଲ୍ଲା ବିଜେପି ବହୁ ନେତା ଓ ମହିଳାକର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା