ଟି.ପି ସ୍ପେଶାଲିଟି ହସ୍ପିଟାଲ ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡିରେ ଥିବା ଟିପି ସ୍ପେସାଲିଟି ହସ୍ପିଟାଲ ତରଫରୁ ଆଜି ସ୍ଥାନୀୟ ରୋଟାରୀ କ୍ଲବହଲ୍ ରେ ମାଗଣା ସ୍ୱାସ୍ଥ୍ୟପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଭିଜ୍ଞ ଡାକ୍ତର ଯଥା ଡ.ଦିନେଶ ମିଶ୍ର, ଡ.ଶୁଭଙ୍କର ସାମଲ, ଡ.ନରେଶ ଗାଡି ପ୍ରମୁଖ ୫ଜଣ ଡାକ୍ତରଙ୍କ ଦ୍ୱାରା ଏହି ସ୍ୱାସ୍ଥ୍ୟ ଶିବିରରେ ୧୩୧ ଜଣ ବିଭିନ୍ନ ରୋଗିଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇବା ସହ ମାଗଣାରେ ଆବଶ୍ୟକ ଔଷଧ ପ୍ରଦାନ କରାଯାଇଥିଲା । ଏହି ଶିବିରକୁ ଟିପି ହସ୍ପିଟାଲର ଦିପୁ ପଟ୍ଟନାୟକ, ସୁର୍ଯ୍ୟ ପାତ୍ର, ମୋହନ ମହାଙ୍କୁଡ, ନାନୁ ଚୌଧୁରୀ ସୁଚିସ୍ମିତା ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଏହି ଟିପି ହସ୍ପିଟାଲର ମୁଖ୍ୟ ତଥା ପାରଳା ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ଏହି ସ୍ୱାସ୍ଥ୍ୟ ଶିବିରରେ ଉପସ୍ଥିତ ନ ଥିଲେ ସୁଦ୍ଧା ହାଇଦ୍ରାବାଦ ଠାରେ ଅନ୍ୟ ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଯୋଗୁଁ ସେ ଆସିପାରି ନାହାନ୍ତି । ସେ ସେଠାରୁ ଜଣାଇଛନ୍ତି ଯେ, ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲାର ଲୋକଙ୍କ ସ୍ୱାସ୍ଥ୍ୟଗତ ସୁବିଧା ପାଇଁ ଏଭଳି ମାଗଣା ସ୍ୱାସ୍ଥ୍ୟ ଶିବିର ଭବିଷ୍ୟତରେ ଆହୁରି ଅନୁଷ୍ଠିତ କରାଯିବ ।

ରିପୋର୍ଟ : କୃଷ୍ଣ କୁମାର ବେହେରା