



ଟିକାବାଲି:(ସମୃଦ୍ଧ ଓଡିଶା)କନ୍ଧମାଳ ଜିଲ୍ଲା ଟିକାବାଲି ଏ, ଏମ,ସି, ଏସ, ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବ ରେ ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ,ଏଥିରେ +ପ୍ରଥମ ବର୍ଷ କଳା, ବିଜ୍ଞାନଓ ଧନ୍ଦା ମୁଳକ ର୧୫୧, ଛାତ୍ରୀ ପ୍ରଶିକ୍ଷଣ ନେବେ ।ମୁଖ୍ୟ ଅତିଥି ଭାବେ ଟିକାବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କହଁର ଯୋଗଦେଇ ଥିଲେ । ମୁଖ୍ୟ ବକ୍ତା ଭାବେ ନୋଡାଲ ସଙ୍କରାଖୋଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ତଥା ଏହି କାର୍ଯ୍ୟକ୍ରମ ର ଜିଲ୍ଲା ସଂଯୋଜକ ଶ୍ରୀ ଶିବରାମ ବେହେରା ଯୋଗଦେଇ ଓଡ଼ିଶା ସରକାରଙ୍କ ଏହି କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ବନମାଳି ବେହେରା ଓ ଅଧ୍ୟାପକ ନରେନ୍ଦ୍ର ଦିଗାଲ ଯୋଗ ଦେଇ ଥିଲେ । ମାଷ୍ଟର ଟ୍ରେନର ଭାବେ ଜ୍ୟୋତିର୍ମୟୀ ପ୍ରଧାନ ଓ ପ୍ରବୀଣ ସାହୁ ପ୍ରଶିକ୍ଷଣ ଦେବେ ।ଏହି ଶିବିରକୁ ଅଧ୍ୟାପିକା ଶିବାନୀ କହଁର ପରିଚାଳନା କରିବେ । ରିପୋର୍ଟ:-ରଜତ ପଟ୍ଟନାୟକ


