




ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ବର୍ଗ ଅଧିକାରୀ ତଥା ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କୁ ଏକ ଭାବ,ଭାବାବେଗ ଓ ଅବିସ୍ମରଣୀୟ ମୁହୂର୍ତ୍ତରେ ଶୁକ୍ରବାର ବିଦାୟ କାଳୀନ ସମ୍ୱର୍ଦ୍ଧନା ଦିଆଯାଇଛି। ଗତ ୨୦୨୧ ସାଲ ଏପ୍ରିଲ ୨୨ ତାରିଖରେ ଶ୍ରୀ ଜେନା ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏଠାରେ ଅବସ୍ଥାପିତ ହେବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେବଳ ଗୋଟିଏ ଗୁରୁତ୍ତ୍ଵପୂର୍ଣ୍ଣ ଉପଦେଶ “ଟେକ୍ କେର୍ ଅଫ ମାଇଁ ପିପୂଲ୍ ” ତାଙ୍କ ହୃଦୟରେ ଗଭୀର ରେଖାଙ୍କିତ କରିଥିଲା । ତା ପର ଠାରୁ ସେ ହିଞ୍ଜିଳିକାଟୁ ବ୍ଲକରେ ନିଜ ଦକ୍ଷତା ଓ ପାରଦର୍ଶିତା ବଳରେ ଜଣେ ଲୋକପ୍ରିୟ,ବନ୍ଧୁବତ୍ସଳ,ଦକ୍ଷ ପ୍ରଶାସନିକ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ଳକର ଜଣେ ଦୂରଦୃଷ୍ଟି ସମ୍ପନ୍ନ ଓ ବିଚକ୍ଷଣ ପ୍ରଶାସନିକ ଅଧିକାରୀ ଭାବେ ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଥିଲେ। ମୂଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ରାଜ୍ୟ କୃଷି ବିପଣନ ମଣ୍ଡଳୀ ଉପଦେଷ୍ଟା ସୁରେନ୍ଦ୍ର ନାଥ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସରସ୍ଵତୀ ସେଠୀ, ଜିଲ୍ଲା ଯୋଜନା ବୋର୍ଡ ବିଶେଷଜ୍ଞ ସଦସ୍ୟ ଏନ୍ ରଘୁନାଥ, ଓଆରଏଚଡିସି ଅଧ୍ୟକ୍ଷ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ଶେରଗଡ଼ ବିଡିଓ ଶିବାଶିଷ ବରାଳ,ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠୀ, ଅତିରିକ୍ତ ତହସଲଦାର ସୁରଜ ନାୟକ ବେହେରା,ଏବିଡ଼ିଓ ଅରୁଣ କୁମାର ପ୍ରଧାନ ପ୍ରମୁଖ ବିଦାୟୀ ଅଧିକାରୀ ଶ୍ରୀ ଜେନାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ, ଉତ୍ତରୋତ୍ତର କାମନା କରି ଏକ ବିଦାୟ କାଳୀନ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ।
ରିପୋର୍ଟ୍ : ରଜତ ପଟ୍ଟନାୟକ