ଟ୍ରକ, ଟ୍ରଲର ଧକ୍କା ଯୋଗୁଁ ଗାଡ଼ି ଚଳାଚଳ ପ୍ରଭାବିତ…

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ୫ନଂ ରାଜ୍ୟ ରାଜପଥ ଥେରୁବାଲି ନିକଟରେ ଏକ ଟ୍ରଲର ସହ ଟ୍ରକର ଧକ୍କା ହୋଇଛି । ଭୋରା ପ୍ରାୟ ୪ଟା ବେଳେ ଏକ ବୁଲାଣି ରାସ୍ତାରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଦୀର୍ଘ ୪ ଘଣ୍ଟ ପ୍ରଯ୍ୟନ୍ତ ଟ୍ରାଫିକ ସମସ୍ୟା ହୋଇଥିଲା । ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ବିଶାଖାପାଟଣାରୁ ଟ୍ରଲରଟି ବେଦାନ୍ତ କାରଖାନା ଅଭିମଖେୁ ଯାଉଥିଲା । ରାୟଗଡା ସହର ପାରହୋଇ ପ୍ରାୟ ୨୦କିଲୋମିଟର ପରେ ଥେରୁବାଲି ନିକଟ ବୁର୍ଜୁଗୁଡା ଯିବା ରାସ୍ତାର ଏକ ବୁଲାଣିରେ ସାମ୍ନାରୁ ଏକ ଟ୍ରକ ଆସୁଥିବା ଦେଖି ରାସ୍ତା ପାର୍ଶ୍ୱରେ ଡ୍ରାଇଭର ଟ୍ରଲରକୁ ରଖି ଦେଇଥିଲେ । ଘନ କୁହୁଡି ଯୋଗୁଁ ରାସ୍ତା ଆଗକୁ ଦେଖାଯାଉ ନଥିଲା । ଆଗରୁ ଆସୁଥିବା ଟ୍ରକଟି କୁହୁଡି ଯୋଗୁଁ ରାସ୍ତା ଜାଣି ନପାରି ଟ୍ରଲରକୁ ଧକ୍କା ଦେଇ ଓଲଟି ପଡିଥିଲା । ଏଥିରେ କୌଣସି ଜୀବନ ହାନୀ ହୋଇ ନଥିଲେ ହେଁ ଉଭୟ ଗାଡି କ୍ଷତିଗ୍ରସ୍ତ ହୋଇଛି । ରାସ୍ତାଟି ବୁଲାଣି ଏବଂ ସଂକୀର୍ଣ୍ଣହୋଇଥିବା ଯୋଗୁଁ ଟ୍ରକଟି ଓଲଟି ପଡି ଥିବାରୁୁ ୪ଘଣ୍ଟା ଧରି ଯାତାୟତ ବନ୍ଦ ହୋଇଥିଲା । ପୋଲିସ ପହଞ୍ଚି ଉଭୟ ଟ୍ରଲର ଓ ଟ୍ରକକୁ ରାସ୍ତା ଉପରୁ ହଟାଇବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ