ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ସହର ସ୍ଥିତ କପିଳାସ ଛକ ନିକଟରେ ଏକ ମର୍ମାହତ ସଡ଼କ ଦୁର୍ଘଟଣା ଘଟିଛି । ରାୟଗଡା ସହର ମଧ୍ୟଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥ କପିଳାସ ଛକ ନିକଟରେ ଟ୍ରକ୍ ଚାପାରେ ଜଣେ ୧୨ ବର୍ଷର ଶିଶୁଙ୍କ ମୃତ୍ୟୁ ଘଟିଛି । ସେ ହେଲେ କେ. ପ୍ରତୀକ ଦୋରା । ସୂଚନା ଅନୁଯାୟୀ, ଗୁଣୁପୁରସ୍ଥ ପୂର୍ତ୍ତି ବିଭାଗରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ କେ. ଶ୍ରୀନିଭାସ ଦୋରାଙ୍କ ପୁଅ କେ. ପ୍ରତୀକ ଦୋରା ତାଙ୍କ ମା’ଙ୍କୁ କପିଳାସ ଛକ ସ୍ଥିତ ବସ୍ଷ୍ଟପରେ ଛାଡି ପ୍ରାୟ ଅପରାହ୍ନ ୨.୩୦ ଘରକୁ ଫେରୁଥିଲେ । ଓଭର ବ୍ରିଜ୍ ଉପରୁ ତଳକୁ ଆସୁଥିବା ହାଇୱା ଗାଡି ନଂ. ଓ ଡି ୧୫ ଜେ ୫୪୪୮ ତାଙ୍କୁ ପଛ ପଟୁ ଧକ୍କ ଦେଇଥଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ଗାଡି ଧକ୍କା ଦେବା ପରେ ଘଟଣାସ୍ଥଳରୁ ଡ୍ରାଇଭର ଚମ୍ପଟ ମାରିଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଗଡି ତଳେ ଫସିଥିବା ଶିଶୁଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟାଳୟକୁ ଆଣିଥିଲେ । ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତରଣ କରାଯାଇଥିଲା । ତେବେ ରାୟଗଡା ସହର ଦେଇ ଯାଇଥିବା ୩୨୬ ନଂ ରାଜପଥରେ ସକାଳ ୮ଟା ପରେ ଭାରିଯାନ ଚଳାଚଳ କରିବା କଟକଣା ଥିବା ବେଳେ ଏଭଳି ଯାନ ଚାଳକ ସହର ମଧ୍ୟରେ କିପରି ଏତେ ଦ୍ରୁତ ଗତିରେ ଗାଡି ଚଳାଉଛନ୍ତି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି ।
ରିପୋର୍ଟେ : ତୁଷାର ରଞ୍ଜନ ସାହୁ